ପ୍ରତି ବିଧାନସଭା ଆସନରେ ୫ଟି ବୁଥର ଇଭିଏମରେ ହେବ ଭିଭିପିଏଟି ଗଣତି : ସୁପ୍ରିମକୋର୍ଟ

ପ୍ରତି ବିଧାନସଭା ଆସନରେ ୫ଟି ବୁଥର ଇଭିଏମରେ ହେବ ଭିଭିପିଏଟି ଗଣତି : ସୁପ୍ରିମକୋର୍ଟ

source : Scroll.in

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନରେ ନିର୍ବାଚନକୁ ଅଧିକ ସ୍ବଚ୍ଛ ଓ ବିଶ୍ବସନୀୟ କରିବା ପାଇଁ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପ୍ରତି ବିଧାନସଭା ଆସନରେ ୫ଟି ବୁଥର ଇଭିଏମରେ ଭିଭିପିଏଟି ବାଲଟ ଗଣତି କରାଯିବ। ତେବେ ୨୧ଟି ବିରୋଧୀଦଳ ପକ୍ଷରୁ ୫୦ ପ୍ରତିଶତ ଇଭିଏମରେ ଭିଭିପିଏଟି ସ୍ଲିପ ମିଳାଇବା ପାଇଁ ଯେଉଁ ଆବେଦନ କରିଥିଲେ ସର୍ବୋଚ୍ଚ ଅଦାଲତ ତାହାକୁ ଖାରଜ କରିଦେଇଛନ୍ତି। କିନ୍ତୁ ଏବେ ଗୋଟିଏ ବୁଥରେ ଇଭିଏମ୍ ସହିତ ଭିଭିପିଏଟିକୁ ମିଳାଇବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ୫କୁ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ବିରୋଧୀ ଦଳ ଗୁଡ଼ିକ ଯେଉଁ ଆବେଦନ କରିଛନ୍ତି ସେଥିପାଇଁ ବହୁ ସଂଖ୍ୟାରେ କର୍ମଚାରୀ ଆବଶ୍ୟକ। ଏଥିସହିତ ଭିତ୍ତିଭୂମି ଦୃଷ୍ଟିରୁ ଏହା ମଧ୍ୟ ସମ୍ଭବ ନୁହେଁ। ଖଣ୍ଡପୀଠରେ ଥିବା ଅନ୍ୟ ଦୁଇ ବିଚାରପତି ହେଲେ ଦୀପକ ଗୁପ୍ତା ଓ ସଂଜୀବ ଖାନ୍ନା। ନିର୍ବାଚନ କମିସନ ପକ୍ଷରୁ ଏ ସଂକ୍ରାନ୍ତରେ ଦାଖଲ ହୋଇଥିବା ସତ୍ୟପାଠ ଉପରେ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ମତ ରଖିଥିଲେ। ସେମାନେ କହିଥିଲେ ୫୦ ପ୍ରତିଶତ ଭିଭିପିଏଟି ସ୍ଲିପକୁ ମିଳାଗଲେ ଲୋକସଭା ନିର୍ବାଚନ ଘୋଷଣା ଫଳାଫଳ ୬ (୫.୨) ଦିନ ବିଳମ୍ବ ହେବ ବୋଲି ନିର୍ବାଚନ କମିସନ ଯେଉଁ ଯୁକ୍ତି ବାଢ଼ିଛନ୍ତି ସେଥିରେ ସେମାନଙ୍କର କୌଣସି ଆପତ୍ତି ନାହିଁ। ପୂର୍ବରୁ ଏହି ମାମଲାର ଶୁଣାଣି ଚଳିତ ମାସ ପହିଲାରେ ହୋଇଥିଲା। ନିର୍ବାଚନ କମିସନ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ଉପରେ ଉତ୍ତର ସପ୍ତାହକ ମଧ୍ୟରେ ରଖିବା ପାଇଁ ସୁପ୍ରିମକୋର୍ଟ ବିରୋଧୀ ଦଳ ଗୁଡ଼ିକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe