କନକ ବ୍ୟୁରୋ : ରାନୀଙ୍କ ପରେ ସୋନାଲୀ । ଯାତ୍ରା ଦୁନିଆର ଏହି କୁଇନ ଏବେ ତାଙ୍କ ନାଚକୁ ନେଇ ରହିଛନ୍ତି ଚର୍ଚ୍ଚାରେ । ଅନୁଗୁଳର ହାଇଟେକ ସୋନାଲୀ ନୃତ୍ୟ ନାଁରେ ଅଶ୍ଲିଳତା ପ୍ରଦର୍ଶନ କରିବା ସହିତ ନୃତ୍ୟ ସମୟରେ ଅଶ୍ଲିଳ ଇଙ୍ଗିତ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।
ଦର୍ଶକଙ୍କୁ ନୃତ୍ୟ ମାଧ୍ୟମରେ ମତୱାଲା କରିଥିଲେ ରାନୀ ପଣ୍ଡା । ଆଉ ଇଏ ହେଉଛନ୍ତି ହାଇଟେକ ସୋନାଲି । ଏକ ଦୋ ତିନ ଗୀତର ତାଳେ ତାଳେ ନାଚୁଛନ୍ତି ହାଇଟେକ ସୋନାଲି । ଅନୁଗୁଳ ଜିଲ୍ଲା କୋଶଲାଠାରେ ଚାଲିଥିବା ମାୟାନଗରି ଅପେରାରେ ଅଶ୍ଳୀଳତାର ସବୁ ସୀମା ପାର କରିଛନ୍ତି ସୋନାଲି ।
ନୃତ୍ୟକୁ ନେଇ ବିବାଦୀୟ ହୋଇପଡିଛନ୍ତି ସୋନାଲି । ତାଙ୍କ ନାଁରେ ଅଭିଯୋଗ ହେଲା ସେ ନୃତ୍ୟ ସମୟରେ ଅଙ୍ଗ ପ୍ରଦର୍ଶନ କରୁଛନ୍ତି । ଦର୍ଶକମାନଙ୍କୁ ଅଶ୍ଲିଳ ଇଙ୍ଗିତ କରୁଛନ୍ତି ଆଉ ଅଶ୍ଲିଳ ଇଙ୍ଗିତ କରି ଟଙ୍କା ମାଗୁଛନ୍ତି । ଅଙ୍ଗଭଙ୍ଗୀ ଏପରି ହେଉଛି ଯେ, ନାଚରେ ମସଗୁଲ ଦର୍ଶକ ବି ପାଖକୁ ଡାକି ଟଙ୍କା ଦେଉଛନ୍ତି । କିନ୍ତୁ ଟଙ୍କା କାରବାରର ଉପାୟ ବି ଅଲଗା । ଯାହାକୁ ଶବ୍ଦରେ କିମ୍ବା ଭିଡ଼ିଓ ମାଧ୍ୟମରେ ଦେଖାଇ ହେବ ନାହିଁ ।
ଅନ୍ୟପକ୍ଷରେ ଅପେରା ମାଲିକ ଭିନ୍ନ ଯୁକ୍ତି ବାଢିଛନ୍ତି । ପେଟପାଟଣା ପାଇଁ ସୋନାଲୀ ସଂଘର୍ଷ କରୁଛନ୍ତି । ପେଟ ପୋଷିବା ପାଇଁ ସେ ନାଚୁଛନ୍ତି । ଏପରି ନାଚିବା ପଛରେ ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ସଫେଇ ଦେଇଛନ୍ତି । ତେବେ ଏକ ରକ୍ଷଣଶୀଳ ସମାଜରେ ଏପରି ନୃତ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୁଦ୍ଧିଜୀବୀ ।
ଏହାପୂର୍ବରୁ ରାନୀ ପଣ୍ଡା ମଧ୍ୟ ନିଜ ନୃତ୍ୟକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ସ୍ଥିତି ଏପରି ହୋଇଥିଲା ଯେ ରାନୀ ଜଣେ ଦର୍ଶକଙ୍କ କାନ ମଧ୍ୟ କାମୁଡି ଦେଇଥିଲେ । ଆଉ ଏବେ ଛତିଶଗଡର ହାଇଟେକ ସୋନାଲୀ ନୃତ୍ୟକୁ ନେଇ ବିବାଦୀୟ ହୋଇପଡିଛନ୍ତି ।