ଭିସୁଟ୍ ଛାତ୍ରଛାତ୍ରୀଙ୍କୁ ମଡର୍ଣ୍ଣ ଡ୍ରେସ୍ ମନା । ବସନ୍ତ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୁଳପତିଙ୍କ କଡା ନୋଟିସ୍ ।

109

କନକ ବ୍ୟୁରୋ: ସମ୍ବଲପୁର ଭିସୁଟରେ ବସନ୍ତ ଉତ୍ସବ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ କୁଳପତିଙ୍କ କଡ଼ା ନୋଟିସ । ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରଛାତ୍ରୀ । ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ନୋଟିସ ଜାରି କରାଯାଇଛି । ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତେବେ ତାଙ୍କୁ ଗେଟ୍ ଭିତରକୁ ଛଡ଼ା ନଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି ।

ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି ।