କନକ ନ୍ୟୁଜ ହାତରେ ଲାଗିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ : ମିଛ ଧରା ପରୀକ୍ଷାରେ ଉଭୟ କୌଣସି ବିଭ୍ରାନ୍ତିକର ତଥ୍ୟ ଦେଇଥିନଥିବା ଉଲ୍ଲେଖ

225

କନକ ବ୍ୟୁରୋ : କନକ ନ୍ୟୁଜ ହାତରେ ଲାଗିଲା ଲାଏ ଡିଟେକ୍ସନ ଟେଷ୍ଟ ତଥା ମିଛ ଧରା ରିପୋର୍ଟ । ମୃ୍ତ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରତିମାନ ଦେ ଏବଂ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କନକ ନ୍ୟୁଜ୍ ହାତରେ ଲାଗିଛି । ମିଛ ଧରା ପରୀକ୍ଷାରେ ଉଭୟ କୌଣସି ବିଭ୍ରାନ୍ତିକର ତଥ୍ୟ ଦେଇଥିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ମିଛ ଧରା ପରୀକ୍ଷା ସେମାନେ ଯାହା କହିଛନ୍ତି ତାହା ସତ ବୋଲି ରିପୋର୍ଟରେ ଲେଖାଯାଇଛି । ଦୁଇ ଜଣଙ୍କର ପଲିଗ୍ରାଫ୍ ଚାର୍ଟ ବିଷ୍ଳେଶଣରୁ ଏସବୁ ଜଣାପଡିଥିବା ନେଇ ରସୁଲଗଡ଼ ଷ୍ଟେଟ୍ ଫରେନସିକ୍ ଲାବ୍ରୋଟାରୀ ପକ୍ଷରୁ ରିପୋର୍ଟ ଦିଆଯାଇଛି ।

ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ପାଣି ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ଶବ ବ୍ୟବଚ୍ଛେଦର ୨୮ରୁ ୨୪ ଘଣ୍ଟା ମଧ୍ୟରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ଶରୀର ବାହାର ପାଶ୍ୱର୍ରେ ହୋଇଥିବା ଆଘାତ ପ୍ରାକୃତିକ, ସେ ତଳକୁ ପଡିବା ଯୋଗୁ ଏହି ଆଘାତ ଲାଗିଛି । ଶରୀରରେ ହୋଇଥିବା ଆଘାତ ଗୋଟିଏରୁ ୨ ଦିନ ପୂର୍ବର ବୋଲି ଜଣାପଡିଛି । ତେବେ ପୁଲିସ ଚିନ୍ମୟୀଙ୍କ ନଖ, ଚୁଟି, ରକ୍ତ ଭିଜା କପଡା ସହ ଅନ୍ୟାନ୍ୟ ଘଟଣା ସ୍ଥଳରୁ ଅନ୍ୟାନ ସାମଗ୍ରୀ ଜବତ କରି ତା ପରୀକ୍ଷା କରିଛି ।

ଏପଟେ ଚିନ୍ମୟୀଙ୍କ ବେକରେ ଥିବା କ୍ଷତ ଚିହ୍ନ ଉପରେ ବୁର୍ଲା ମେଡିକାଲ ଦେଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ସେ ତଳକୁ ପଡିବାରୁ ଶରୀରରେ ଲାଗିଥିବା ବାହ୍ୟ ଆଘାତ ଯୋଗୁ ଏହି ଚିହ୍ନ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହି ଚିହ୍ନ କେବଳ ଆଗ ପାର୍ଶ୍ୱ ବେକରେ ରହିଛି । କିନ୍ତୁ ପଛ ଏବଂ ଦୁଇ ପାଶ୍ୱର୍ରେ ବେକରେ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ଦ୍ୱାରା ତଂଟି ଚିପି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଭୁଲ ପ୍ରମାଣିତ ହୋଇଛି ।