୧୧ତାରିଖ ଯାଏଁ ସମ୍ପୂର୍ଣ୍ଣ ବନ୍ଦ ଭିସୁଟ: କରୋନା ପଜିଟିଭ ଚିହ୍ନଟ ପରେ କୁଳପତିଙ୍କ ନିଷ୍ପତି; ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ

Advertisment
୧୧ତାରିଖ ଯାଏଁ ସମ୍ପୂର୍ଣ୍ଣ ବନ୍ଦ ଭିସୁଟ: କରୋନା ପଜିଟିଭ ଚିହ୍ନଟ ପରେ କୁଳପତିଙ୍କ ନିଷ୍ପତି; ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ୧୧ତାରିଖ ଯାଏଁ ସମ୍ପୂର୍ଣ୍ଣ ବନ୍ଦ ରହିବ ଭିସୁଟ । କରୋନା ପଜିଟିଭ ଚିହ୍ନଟ ପରେ କୁଳପତି ଏହି ନିଷ୍ପତି ନେଇଛନ୍ତି । ଭିସୁଟର ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ବେଳେ ଏହାକୁ ଅଧିକ ବ୍ୟାପିବାରୁ ରୋକିବା ପାଇଁ  ରବିବାର ସମଗ୍ର ଜିଲ୍ଲାକୁ ସଟ୍‌ଡାଉନ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି।

ରବିବାର ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ସେଥିରୁ ସମସ୍ତ ଡାକ୍ତରୀ ସଂସ୍ଥା ଯଥା ଡାକ୍ତରଖାନା, କ୍ଲିନିକ୍‌, ନର୍ସିଂହୋମ୍‌, ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ କର୍ମଚାରୀଙ୍କୁ ବାଦ ଦିଆଯାଇଛି। ଏହାଛଡ଼ା ଜିଲ୍ଲା ଓ ମହାନଗର ନିଗମ (ଜରୁରୀ ସେବା), ପୁଲିସ୍‌, ଅଗ୍ନିଶମ ସେବା, ଜରୁରୀ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍‌ ସେବା, ପେଟ୍ରୋଲ୍‌ ପମ୍ପ, ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମ, ଜଳଯୋଗାଣ, ପରିମଳ, ସ୍ବେରେଜ୍‌, ବିଦ୍ୟୁତ୍‌ ସେବା କର୍ମଚାରୀଙ୍କୁ ମଧ୍ୟ ସଟ୍‌ଡାଉନ୍‌ କଟକଣାରୁ ବାଦ ଦିଆଯାଇଛି। ଏହାଛଡ଼ା ମାଲ୍‌ ପରିବହନ କରୁଥିବା ଗାଡ଼ି (ଭର୍ତ୍ତି ହେଉ ବା ଖାଲି), ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟକୁ ବାଦ ଦିଆଯାଇଛି।

ରାଜପଥରେ ଦୂରଗାମୀ ଯାନ ଓ ପରିବହନ, ବିବାହ, ଅନ୍ତିମ ସଂସ୍କାର, ଏଟିଏମ୍‌ ତଥା ଜରୁରୀ ଆର୍ଥିକ ସଂସ୍ଥାଗୁଡ଼ିକୁ ମଧ୍ୟ ସଟ୍‌ଡାଉନ୍‌ କଟକଣାରୁ ମୁକ୍ତ ରଖାଯାଇଛି। ଜାତୀୟ ରାଜପଥରେ ଥିବା ଢାବାରେ ପ୍ୟାକିଂ ସେବା, ଦୁଗ୍‌ଧ ବୁଥ, ଏଲ୍‌ପିଜି ବିତରଣ, ରନ୍ଧନ ଗ୍ୟାସ୍‌ ହୋମ୍‌ ଡେଲିଭେରି ଆଦିକୁ ମଧ୍ୟ କଟକଣାରୁ ବାଦ ଦିଆଯାଇଛି। ଉକ୍ତ ଦିନ ଜିଲ୍ଲାରେ ବିନା ଜରୁରୀ କାର୍ଯ୍ୟରେ ସାଧାରଣ ଲୋକଙ୍କ ଘରୁ ବାହାରିବା ଓ ଅଣଜରୁରୀ ଦୋକାନ ବଜାର ଖୋଲିବା ଉପରେ କଟକଣା କଡ଼ାକଡ଼ି ଲାଗୁ ହେବ। ଉଲ୍ଲଂଘନକାରୀଙ୍କ ଉପରେ ଆଇନ୍‌ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦେଶରେ ଚେତାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe