କନକ ବ୍ୟୁରୋ : ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ପୋଷ୍ଟମର୍ଟମ ରିପୋର୍ଟରେ ପାଣିରେ ବୁଡି ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ୩ଟି ଗଠନ କରି ତନାଘନା ଆରମ୍ଭ କରିଛି । ବଲାଙ୍ଗୀର, ସୋନପୁର ଓ ଭୁବନେଶ୍ୱର ଯାଇଛି ତିନିଟି ଟିମ୍ ।

Advertisment

ସେପଟେ ଫରେନସିକ୍ ଲାବକୁ ପଠାଯିବ ମୋବାଇଲ । ଚିନ୍ମୟୀ, ପ୍ରୀତିମାନ ଓ ଚିନ୍ମୟୀଙ୍କ ମା’ଙ୍କ ମୋବାଇଲ୍କୁ ଫରେନସିକ୍ ଲାବକୁ ପଠାଯିବ । ହ୍ୱାଟ୍ସଆପ୍ ଚାଟ୍ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି । ସେହିପରି ପୁଣି ଥରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବ । ଏହି ଘଟଣାରେ ପ୍ରୀତିମାନ ଦେ’ ଏବଂ ତାଙ୍କ ଜଣେ ସାଙ୍ଗଙ୍କ ସହ ତିନି ଜଣଙ୍କୁ ଅଟକ ରଖିଛି ସମ୍ବଲପୁର ପୁଲିସ । ବୁର୍ଲା ଥାନାରେ ହତ୍ୟା ଦଫାରେ ମାମଲା ରୁଜୁ ହୋଇଛି ।