ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବରେ ହେବେ ଅତିଥି ।

95

କନକ ବ୍ୟୁରୋ: ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ସେ ଆସନ୍ତାକାଲି ୧୧ଟା ୨୦  ମିନିଟରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ କରିବା ପରେ ସେ ରାଜଭବନ ଯିବେ ।

ରାଜଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ । ଏହାପରେ ସେ ଅପରାହ୍ନ ୪ଟା ୪୫ରେ ରାଜପଥ ଜରିଆରେ କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ପହଞ୍ଚି ସେଠାରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମଜୟନ୍ତୀ ଉତ୍ସବରେ ଯୋଗଦେବ । ପରେ ସନ୍ଧ୍ୟା ୬.୩୦ ସମୟରେ ରାଜଭବନ ଫେରି ରାତ୍ରିଯାପନ କରିବେ ଉପରାଷ୍ଟ୍ରପତି।  ଆସନ୍ତା ୩ତାରିଖ ଦିନ  ୧୦ଟା ୧୦ ସମୟରେ ରାଜଭବନରୁ ବାହାରି ଉପରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ କାରକେଡ଼ ରିହଲସଲ କରାଯାଇଛି ।