କନକବ୍ୟୁରୋ :କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥ ଆଜି ସାନି ମତଦାନ ହେଉଛି । କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ଭୋଟ୍ ଦେଉଛନ୍ତି ଭୋଟର । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୪ଟା ପର୍ଯ୍ୟନ୍ତ ଚାଲିବ । କିରାସିରା ବୁଥରେ ରିଗିଂ ଅଭିଯୋଗ ହୋଇଥିଲା । ସେହିପରି ମହେଶ୍ୱରପିଣ୍ଡା ବୁଥ ଉତେଜନା ଲାଗି ମତଦାନ ବନ୍ଦ ରହିଥିଲା ।
ତେଣୁ ସେଠାରେ ପୁଣି ମତଦାନ ପାଇଁ ଭାରତ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ବୁଥର ସମସ୍ତ ଭୋଟରଙ୍କୁ ଏନେଇ ସୂଚନା ଦେବା ପାଇଁ ଉଭୟ ବୌଦ୍ଧ ଓ କନ୍ଧମାଳର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଇସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ଇସିଆଇ ନିଯୁକ୍ତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/Screen-Shot-2024-05-23-at-9.24.49-AM.png)