କନକ ବ୍ୟୁରୋ: ଆସନ୍ତାକାଲି ଦେଶରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କେରଳର ସମସ୍ତ ଲୋକସଭା ଆସନରେ କାଲି ପଡିବ ଭୋଟ୍ । ୱାୟନାଡ ଆସନରେ ଦ୍ୱିତୀୟ ଥର ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ବିପକ୍ଷରେ ସିପିଆଇର ହେଭିୱେଟ୍ ନେତ୍ରୀ ଆନ୍ନି ରାଜାଙ୍କୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେପି କେରଳ ସଭାପତି କେ. ସୁନ୍ଦରନଙ୍କୁ ଭରସା କରିଛି । ତିନି ଜଣ ପ୍ରଭାବଶାଳୀ ନେତା । ସେଥିପାଇଁ ୱାୟନାଡରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । ରାହୁଲ ଗାନ୍ଧୀ ପୁଣିଥରେ ଏଠାରେ ବାଜି ମାରିବା ପାଇଁ ପୁରା ଦମ୍ ଲଗାଇଦେଇଛନ୍ତି ।
- କେରଳ ୱାୟନାଡରେ ଜବରଦସ୍ତ ଲଢ଼େଇ
- ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାହୁଲଙ୍କ ଭାଗ୍ୟ ପରୀକ୍ଷା
- ୨୦୧୯ରେ ୱାୟନାଡରୁ ବିଜୟୀ ହୋଇଥିଲେ ରାହୁଲ
- ୭ ଲକ୍ଷ ୦୬ ହଜାର ୩୬୭ ଭୋଟ୍ ମିଳିଥିଲା
- ଦ୍ୱିତୀୟ ସ୍ଥାନରେ ଥିଲେ ସିପିଆଇର ପିପି ସୁନୀର
- ସୁନୀରଙ୍କୁ ମିଳିଥିଲା ୨ ଲକ୍ଷ ୩୪ ହଜାର ୫୯୭ ଭୋଟ୍
- ହେଭି ୱେଟ୍ ନେତ୍ରୀ ଆନ୍ନି ରାଜାଙ୍କୁ ପ୍ରାର୍ଥୀ କରିଛି ସିପିଆଇ
- ବିଜେପି ରାଜ୍ୟ ସଭାପତି କେ. ସୁରେନ୍ଦ୍ରନଙ୍କୁ ଭରସା କରିଛି
- ରାହୁଲ, କେ. ସୁରେନ୍ଦ୍ରନ୍ ଓ ଆନ୍ନି ରାଜାଙ୍କ ଭିତରେ ତ୍ରିମୁଖୀ ଲଢ଼େଇ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/24_04_2024-rahul_gandhi_3_23704004.webp)