କନକ ବ୍ୟୁରୋ: ଆଜି ପଡିବ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ମତଦାନ । ଅନେକ ହେଭିୱେଟଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହେବ । ପ୍ରାର୍ଥୀଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ । ଆଜି ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପଡ଼ିବ ଭୋଟ୍ । ମୋଟ ୫୭ଟି ଆସନରେ ୯୦୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ତେବେ ଆଜିର ଚର୍ଚ୍ଚିତ ପ୍ରାର୍ଥୀଙ୍କ ଭିତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ତୃତୀୟ ଥର ପାଇଁ ବାରଣାସୀ ଆସନରୁ ଲୋକସଭା ନିର୍ବାଚନ ଲଢୁଛନ୍ତି ମୋଦୀ । ଗତ ଦୁଇଟି ସାଧାରଣ ନିର୍ବାଚନରେ ଏଠାରୁ ବଡ ବିଜୟ ହାସଲ କରିଥିଲେ ପ୍ରଧାନମନ୍ତ୍ରୀ । ଏଥର ମଧ୍ୟ ସେ ଏହି ଆସନରୁ ୩ୟ ବିଜୟ ନେଇ ଆଶାବାଦୀ ଅଛନ୍ତି । ହେଲେ ତାଙ୍କୁ କଡା ଟକ୍କର ଦେବାକୁ ସାମ୍ନାରେ ଅଛନ୍ତି କଂଗ୍ରେସର ଉତ୍ତରପ୍ରଦେଶ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ । ୨୦୧୪ ମସିହାରୁ ସେ ଲଗାତାର ମୋଦୀଙ୍କ ବିରୋଧରେ ଲଢି ଆସୁଛନ୍ତି । ତେଣୁ ଦେଖିବା ବାକି ରହିଲା ଏଥର ବାରଣାସୀର ଜନତା କାହା ସପକ୍ଷରେ ରାୟ ଦେଉଛନ୍ତି ?