କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ୧୨ ନଭେମ୍ବରରେ ପଡିବ ଭୋଟ । ଗୋଟିଏ ପର୍ଯ୍ୟୟରେ ହେବ ନିର୍ବାଚନ । ସମସ୍ତ ୬୮ ସିଟ୍ ପାଇଁ ନଭେମ୍ବର ୧୨ରେ ପଡିବ ଭୋଟ୍ । ଡିସେମ୍ବର ୮ରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ପ୍ରେସମିଟ କରି ଘୋଷଣା କଲେ ନିର୍ବାଚନ କମିଶନ । ତେବେ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ଏବେ ସରଗରମ ହୋଇଛି ହିମାଚଳପ୍ରଦେଶ ରାଜନୀତି ।
ସେପଟେ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ । କିଭଳି ସୁରୁଖୁରୁରେ ଲୋକ ଭୋଟ ଦେଇ ପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି । ନିର୍ବାଚନ କମିଶନ କହିଛନ୍ତି, ୮୦ ବର୍ଷରୁ ଅଧିକ ବ୍ୟସ୍କ ଲୋକ, ଦିବ୍ୟାଙ୍ଗ ଓ କୋଭିଡ ସଂକ୍ରମିତ ଯେଉଁମାନେ ଭୋଟ ଦେବାକୁ ବୁଥକୁ ଯାଇପାରିବେନି, ସେମାନଙ୍କ ପାଇଁ ଘରକୁ ଯାଅ ମତଦାନର ବ୍ୟବସ୍ଥା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/18-10.jpg)