କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପରେ ପୁଣି ଉଷ୍ମ ହୋଇଛି ଗାଁ ରାଜନୀତି। ଆଜି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଗୋଟିଏ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ପାଇଁ ହେବ ଭୋଟିଂ। ଖଲ୍ଲିକୋଟ, ରାଇଘର ଓ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହେବ । ସେହିପରି ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ପଡ଼ିବ । ତେଣୁ ଏହି ପଞ୍ଚାୟତ ସମିତି ଦଖଲ କରିବା ଏବେ ୩ ଦଳ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଖାସକରି ବିଜେଡି-ବିଜେପି ମଧ୍ୟରେ ଏହି ପଞ୍ଚାୟତ ସମିତି ଦଖଲ କରିବାକୁ ଆରମ୍ଭ ହୋଇଛି ଛକାପଞ୍ଝା। ସେହିଭଳି ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ କୋର୍ଟରେ ମାମଲା ପହଞ୍ଚିଥିଲା। ଯାହାର ଶୁଣାଣି କରି କୁକୁଡାଖଣ୍ଡି, ନର୍ଲା, କବିସୂର୍ୟ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ସାଧାରଣ ନିର୍ବାଚନ ପରେ ରାଜନୈତିକ ମାହୋଲ ବଦଳିଥିବା ବେଳେ କାହା ସପକ୍ଷରେ କେଉଁ ପଞ୍ଚାୟତ ସମିତି ଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି। ପଞ୍ଚାୟତ ସମିତିର ପୂରା ଗଣିତ ଉପରେ ନଜର ପକାନ୍ତୁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us