ମଧ୍ୟପ୍ରଦେଶରେ ଓ ଛତିଶଗଡରେ ପଡିଲା ଭୋଟ: ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସରେ ମଧ୍ୟରେ ଜୋରଦାର ଟକ୍କର

78

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଶୁକ୍ରବାର ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିଛି । ୫ରାଜ୍ୟ ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଫୋକସରେ ରହିଛି ମଧ୍ୟପ୍ରଦେଶ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନ ବିରୋଧୀଙ୍କ ଇଣ୍ଡିଆ ମେଂଟ ପାଇଁ ବଡ ଆହ୍ୱାନ । ସେପଟେ ମଧ୍ୟପ୍ରଦେଶରେ ବିଜେପିକୁ ଗାଦିଚ୍ୟୁତ କରିବାକୁ କଂଗ୍ରେସ ବଡ ଲକ୍ଷ୍ୟ ରଖିଛି । ଅନ୍ୟପଟେ ପ୍ରତିଦ୍ୱନ୍ଦୀଙ୍କ କଡ଼ା ଟକ୍କର ଦେବାକୁ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳିଛି । କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଲୋକପ୍ରିୟ ଚେହେରାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି ।

ମଧପ୍ରଦେଶରେ ଟକ୍କର
-ବିଗତ ୧୮ବର୍ଷ ହେବ ମଧ୍ୟପ୍ରଦେଶକୁ କବଜା କରି ରଖିଛି ବିଜେପି
-୨୦୨୦ ମସିହାରେ କେବଳ ୧୫ମାସ ପର୍ଯ୍ୟନ୍ତ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ ସରକାର -ଗଢ଼ିଥିଲା
-ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁଁ ରାଜ୍ୟରେ କଂଗ୍ରେସ ସରକାର ଭାଙ୍ଗିଥିଲା
-ପୁଣି ରାଜ୍ୟରେ ବିଜେପି ହାତକୁ ଆସିଥିଲା କ୍ଷମତା

ତେଣୁ ଏଥରକ ବିଜେପିକୁ ହଟାଇ ପ୍ରତିଶୋଧ ନେବାକୁ ସମସ୍ତ ବଳ ଲଗାଇଛି କଂଗ୍ରେସ । ତେଣୁ ପ୍ରଚାରଠୁ ନେଇ ନିର୍ବାଚନୀ ଇସ୍ତାହାରରେ ପୁଳାପୁଳା ପ୍ରତିଶୋଧ ଦେଇଛି ଦଳ । ସେହିପରି ଯଦି ନଜର ପକାଇବା ଛତିଶଗଡ ଉପରେ ତେବେ ଏଠାରେ ମଧ୍ୟ ଚାଲିଛି ଜୋରଦାର ଟକ୍କର । ରାଜ୍ୟରେ ପ୍ରତିଥର ସରକାର ପରିବର୍ତନର ଇତିହାସ ରହିଛି । ୨୦୦୩ରୁ ୨୦୧୮ଯାଏଁ ବିଜେପି ସରକାର ରହିଥିବାବେଳେ ୨୦୧୮ରେ ଧାରାରେ ପରିବର୍ତନ ଆଣି କଂଗ୍ରେସ ଶାସନ ଡୋରି ନିଜକୁ ହାତକୁ ଆଣିଥିଲ । ତେଣୁ ଏଥରକ କଂଗ୍ରେସକୁ ଗାଦିଚ୍ୟୁତ କରି ପୁଣିଥରେ କ୍ଷମତା ଦାଖଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

ଉଭୟ ରାଜ୍ୟରେ କଂଗ୍ରେସ ଓ ବିଜେପି ପରସ୍ପରକୁ ଟକ୍କର ଦେଉଛନ୍ତି । ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ୨ୟ ପର୍ଯ୍ୟାୟରେ ଭୋଟ ପଡିଛି । ମଧ୍ୟପ୍ରଦେଶରେ ୨,୫୩୩ ପ୍ର୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୫କୋଟି ୬୦ଲକ୍ଷ ଭୋଟର । ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ଆସନ ପାଇଁ ଭୋଟ ପଡିଥିବାବେଳେ ୨ୟ ପର୍ଯ୍ୟାୟରେ ୭୦ ଆସନ ପାଇଁ ମତଦାନ ହୋଈଛି ।ଡିସେମ୍ବର ୩ରେ ବାହାରିବ ଫଳାଫଳ