କନକ ବ୍ୟୁରୋ : ଗାଁରେ ଲାଗିଛି ଭୋଟ୍ ବର୍ଜନର ପୋଷ୍ଟର । ମୌଳିକ ସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗାଁଲୋକେ । ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ଥିବା ବାଲିଗଣ୍ଡା ଓ କାମରାଖାଳି ଗାଁ ଲୋକେ ଏପରି ନିଷ୍ପତି ନେଇଛନ୍ତି । ଗାଁର ୧୦୦ରୁ ଅଧିକ ଘର ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା, ପାନୀୟ ଜଳ ଓ ବିଜୁଳି ସାତ ସପନ ।
ବିଦ୍ୟାଳୟ ରହିଛି ହେଲେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି । ଏନେଇ ବାରମ୍ବାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ କେହି ଅଧିକାରୀ କିମ୍ବା ରାଜନେତାଙ୍କୁ ଗାଁକୁ ପୂରାଇ ନଦେବାକୁ ନିଷ୍ପତି ନେଇଛନ୍ତି । ଏପରିକି ଗାଁର ମହିଳାମାନେ ମାରଣାସ୍ତ୍ର ଧରି ଜଗି ରହିବେ ବୋଲି ଚେତାବନୀ ଦେଇଛନ୍ତି