କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ ବ୍ଳକରେ ରାଜନୈତିକ ହିଂସା । ନୂଆଖୋଲମରା ପଂଚାୟତରେ ଜେଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ସେ ଘରକୁ ଫେରୁଥିବା ବେଳେ ୧୦ରୁ ୧୫ ଜଣ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କ ଉପରକୁ କାହିଁକି ଆକ୍ରମଣ ହୋଇଛି ତାହା ଜଣାପଡ଼ିନାହିଁ ।

Advertisment

ସେପଟେ, ବାଲେଶ୍ୱର ଜଳେଶ୍ୱର ବ୍ଲକ ଶିଖରପୁର ପଂଚାୟତର ୪ ନମ୍ବର ବୁଥ୍ରେ ଉତେଜନା । ଜିଲ୍ଲା ପରିଷଦ ଏଜେଂଟ ବିସିବାକୁ ନଦେବାରୁ ଭୋଟ୍ ଗ୍ରହଣ କେନ୍ଦ୍ରରେ ଉତେଜନା । ଫଳରେ ଅଧ ଘଂଟା ବନ୍ଦ ରହିଥିଲା ମତଦାନ । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ତହସିଲଦାର ଓ ବିଡିଓ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ମତଦାନ ଆରମ୍ଭ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ।