ରାଜ୍ୟସଭା ପାଇଁ ତିନି ରାଜ୍ୟରେ ୧୫ଟି ଆସନ ପାଇଁ ଚାଲିଛି ମତଦାନ । କର୍ଣ୍ଣାଟକ, ହିମାଚଳ ପ୍ରଦେଶର ୩ଟି ଆସନ ଏବଂ ୟୁପିର ଗୋଟିଏ ଆସନ ଉପରେ ସମସ୍ତଙ୍କ ନଜର ।

137

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ । ତିନି ରାଜ୍ୟରେ ୧୫ଟି ଆସନ ପାଇଁ ଚାଲିଛି ମତଦାନ । ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକରେ ମତଦାନ ଚାଲିଛି । କଂଗ୍ରେସ ଶାସିତ କର୍ଣ୍ଣାଟକ, ହିମାଚଳ ପ୍ରଦେଶର ୩ଟି ଆସନ ଏବଂ ୟୁପିର ଗୋଟିଏ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ୟୁପିରେ ମୋଟ୍ ୧୦ଟି ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି ।

ଗତକାଲି ସମାଜବାଦୀ ପାର୍ଟିର ୮ ବିଧାୟକ ଦଳୀୟ ନୈଶ୍ୟଭୋଜିରେ ଯୋଗ ଦେଇନଥିଲେ । ଏହାପରେ କ୍ରସ ଭୋଟିଂର ଆଶଙ୍କା ବଢିଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ରାଜ୍ୟସଭା ଆସନ ଜିତିବା ପାଇଁ ବିଜେପି କିଛି ବି କରିପାରେ । ୟୁପିରେ ବିଜେପିର ୭ ଏବଂ ସମାଜବାଦୀ ପାର୍ଟିର ୩ ପ୍ରାର୍ଥୀ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଅଷ୍ଟମ ପ୍ରାର୍ଥୀ ସଂଜୟ ସେଠଙ୍କୁ ମୈଦାନକୁ ଓହ୍ଲାଇ ଅଡୁଆ ସୃଷ୍ଟି କରିଛି ବିଜେପି । ସେପଟେ କର୍ଣ୍ଣାଟକରେ ୪ଟି ଆସନ ଭିତରୁ ଶାସକ କଂଗ୍ରେସ ୩ଟି ଜିତିବା ନିଶ୍ଚିତ ଥିବା ବେଳେ ଗୋଟିଏ ଆସନକୁ ନେଇ ବିରୋଧୀଙ୍କ ସହ ଛକାପଞ୍ଝା ଜାରି ରହିଛି ।