କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ହୋଇଛି ଗଣତନ୍ତ୍ରର ଜୟ । ମାଓ ଆତଙ୍କ ମଧ୍ୟରେ ସ୍ୱାଭିମାନ ଅଂଚଳରେ ଶାନ୍ତିଶୃଙ୍ଖଳା ମଧ୍ୟରେ ମତଦାନ ଶେଷ ହୋଇଛି । ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖି ଲାଗୁଥିଲା, ସତେ ଯେମିତି ଏଠି ବିଲକୁଲ୍ ମାଓ ଭୟ । ଆଜି ଶେଷ ପର୍ଯ୍ୟାୟରେ ନିର୍ବାଚନରେ ମତଦାନ କରି ଲୋକତନ୍ତ୍ର ଓ ସରକାର ପ୍ରତି ଥିବା ନିଜ ଭଲପାଇବାକୁ ପ୍ରମାଣିତ କରିଛନ୍ତି ସ୍ୱାଭିମାନ ଅଂଚଳବାସୀ ।

Advertisment

ବାଲଟ ଆଗରେ ମୁଣ୍ଡ ନୁଆଇଁଲା ବୁଲେଟ । ମାଓ ଆତଙ୍କକୁ ବେଖାତିର କରି ଗଣତନ୍ତ୍ରର ବିଜୟ ବାନା ଉଡାଇଲେ ସ୍ୱାଭିମାନ ଅଂଚଳବାସୀ । ଆକାଶ ମାର୍ଗରୁ ଆସିଛି ଭୋଟଦାନର ଚିତ୍ର । ଏ ହେଉଛି ଗୁରୁପ୍ରୀୟା ସେତୁ ନିକଟରେ ଥିବା ହାଟଗୁଡା ମତଦାନ କେନ୍ଦ୍ରର । ଏଠାରେ ରାଲେଗଡା ପଂଚାୟର ସମସ୍ତ ୧୨ଟି ବୁଥର ମତଦାତାମାନେ ଭୋଟ ଦେଇଛନ୍ତି । ବିଶେଷ କରି ଆନ୍ଧ୍ର ସୀମାନ୍ତ ତେଲେଗୁ ଭାଷଭାଷିର ଅଧିକାଂଶ ଲୋକେ ଭୋଟ ଦେଇଛନ୍ତି । ଆଉ ବର୍ଷ ବର୍ଷ ଧରି ଅପହଁଚ ଅଂଚଳରେ ଅଲୋଡା ହୋଇ ପଡିଥିବା ସୀମାନ୍ତ ପାହାଡିଆ ଗାଁର ଲୋକେ ଏଥର ପ୍ରଶାସନିକ ବ୍ୟବସ୍ଥା ଦେଖି ବେଶ ଉତ୍ସାହିତ ।

ମାଓଗଡ଼ରେ ପ୍ରଶାସନ । ଭୋଟ ପାଇଁ କଡ଼ା ସୁରକ୍ଷା । ଆଉ ଏ ହେଉଛି ସ୍ୱାଭିମାନ ଅଂଚଳ ଯନ୍ତ୍ରୀ ମତଦାନ କେନ୍ଦ୍ରର ଚିତ୍ର । ମାଓବାଦୀଙ୍କ ଗଡ ଭିତରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । ପାଖରେ ମାଓବାଦୀଙ୍କ ଲାଲକୋଠା । ସେଇ ଲାଲକୋଠା ଚାରି ପଟେ ୧୨ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିଛନ୍ତି ଶହ ଶହ ମତଦାତା । ଆଉ ଭୋଟିଂ ବେଳେ ଦୁର୍ଗମ ଅଂଚଳରେ ସ୍ଥିତି ଅନୁଧ୍ୟନ କରିଛନ୍ତି ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ।

ସ୍ୱାଭିମାନ ଅଂଚଳରେ ସୁରୁଖୁରରେ ନିର୍ବାଚନ ତୁଲାଇବା ଲାଗି ବିଏସଏଫ ଓ ଏସଓଜି ଡିଭିଏଫର ଯବାନ ମୁତୟନ ହୋଇଥିଲେ । ସୁରକ୍ଷା ବଳୟ ଭିତରେ ପାହାଡିଆ ମଣିଷଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ଲାଗି ଯାନବାହନ ସହ ଫ୍ରୀ କିଚେନର ବ୍ୟବସ୍ଥା କରିଥିଲା ଜିଲ୍ଲା ପ୍ରଶାସନ । ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଶାସନର ସଫଳ ପରିଚାଳନା େଯୋଗୁଁ ଲାଲଗଡରେ ଶାନ୍ତିଶୃଙ୍ଖଳାର ସହ ସରିଛି ଗଣତନ୍ତ୍ରର ଏହି ମହାପର୍ବ ।