କନକ ବ୍ୟୁରୋ : ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ଯାଏ ଚାଲିବ ମତଦାନ । ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡ କାଉନସିଲର ମଞ୍ଜୁଲତା ଜେନାଙ୍କର ଗତବର୍ଷ ମେ ୩୦ ତାରିଖରେ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା ।
ସ୍ଥାନୀୟ ଅଂଚଳର ପ୍ରାୟ ୧୮ଶହ ୮୦ ଭୋଟର ଉପନିର୍ବାଚନରେ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । କିନ୍ତୁ ସୋମବାର ରାତିରେ ବିଜେଡି ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରାଯାଇଥିବା ଅଭିଯୋଗ ହୋଇଛି । ପାରାଦୀପ ପୌରାଂଚଳର ୬ ନମ୍ବର ୱାର୍ଡରେ ଉପନିର୍ବାଚନ ପୂପାରାଦୀପର ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ ରାତି ଅଧରେ ଭୋଟରଙ୍କୁ ପ୍ରଭାବିତ କଲାବେଳେ ଘେରିଛି ବିଜେପି । ୬ନମ୍ବର ୱାର୍ଡ ବାଲିଝରା ସନ୍ତୋଷୀପଡାରେ ପହଂଚିଥିଲେ ସମ୍ବିତ ରାଉତ ।
ଖବର ପାଇ ଶତାଧିକ ବିଜେପି କର୍ମୀ ସେଠାରେ ତାଙ୍କୁ ଘେରିଯିବା ସହ ହୋହଲ୍ଲା କରିଥିଲେ । ଫଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ପହଂଚି ପରିସ୍ଥିତିକୁ ଆୟତ କରିଛି । ରବିବାରଠାରୁ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ଭୋଟିଂ ପୂର୍ବଦିନ ରାତିରେ ଭୋଟରଙ୍କୁ ଶାସକ ଦଳ ପ୍ରଭାବିତ କରୁଥିବା ବିଜେପି ଅଭିଯୋଗ କରିଛି । ଏପରିକି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଟାନ ଦାବି କରିଛି ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/Screen-shot-2018-01-16-at-10.05.20-AM.png)