କନକ ବ୍ୟୁରୋ : ମହାକାଳପଡା ମହାଲଢେଇ ପାଇଁ ଆରମ୍ଭ ହୋଇଛି ମତଦାନ । ନେତାଙ୍କ ପରୀକ୍ଷା ଖାତାରେ ମାର୍କ ଦେଉଛନ୍ତି ଭୋଟର । ଲମ୍ବା ଲାଇନରେ ଛିଡା ହୋଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମହାକାଳପଡା ବ୍ଳକ୍ ଏବଂ ମାର୍ଶାଘାଇ ବ୍ଳକର ୧୬ଟି ପଂଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ । କେନ୍ଦ୍ରାପଡା ଲୋକସଭା ଅର୍ନ୍ତଗତ ଏହି ଆସନ ୨୦୦୯ରେ ଗଠିତ ହୋଇଥିଲା । ଆଉ ଉଭୟ ୨୦୦୯ ଓ ୨୦୧୪ରେ ବିଜେଡିର ଅତନୁ ସବ୍ୟସାଚ୍ଚୀ ନାୟକ ବିଜୟୀ ହୋଇଛନ୍ତି । ତେବେ ୨୦୧୯ ନିର୍ବାଚନରେ ଭୋଟର କାହାକୁ ନିଜର ନେତା ବାଛିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
୨୦୧୯ର ଲଢେଇ
ବିଜେଡି: ଅତନୁ ସବ୍ୟସାଚ୍ଚୀ ନାୟକ
କଂଗ୍ରେସ: ବିଭ୍ରାଂଶୁ ଶେଖର ଲେଙ୍କା
ବିଜେପି: ବିଜୟ ପ୍ରଧାନ
ବିଜେଡି : ଅତନୁ ସବ୍ୟସାଚ୍ଚୀ ନାୟକ
- ୩ଥର ବିଧାୟକ ( ଥରେ ପାଟକୁରା, ୨ଥର ମହାକାଳପଡା )
- ପୂର୍ବତନ ମନ୍ତ୍ରୀ ( ଶକ୍ତି, ସ୍ୱାସ୍ଥ୍ୟ )
- ଯୁବ ନେତା ଏବଂ ସଂଗଠକ
କଂଗ୍ରେସ: ବିଭ୍ରାଂଶୁ ଶେଖର ଲେଙ୍କା
- କଂଗ୍ରେସର ନୂଆ ଚେହେରା
- ଯୁବନେତା ଓ ସଂଗଠକ
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
ବିଜେପି : ବିଜୟ ପ୍ରଧାନ
- ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି
- ୨ଥର ପରାଜିତ ( କଂଗ୍ରେସ ପ୍ରାର୍ଥୀ )
- କଂଗ୍ରେସରୁ ବିଜେପିରେ ସାମିଲ
- ବିଜୟ ମହାପାତ୍ରଙ୍କ ଅନୁଗତ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୮ ହଜାର ୩୫୪
- ମତ ଦେଇଥିଲେ – ୧ ଲକ୍ଷ ୭୦ ହଜାର ୧୯୩
- ଭୋଟଦାନ ହାର – ୭୭.୯୪%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଅତନୁ ସବ୍ୟସାଚୀ ନାୟକ ବିଜେଡି ୮୧,୦୫୦ ୪୭.୬୨% ବିଜୟୀ
ବଳରାମ ପରିଡ଼ା କଂଗ୍ରେସ ୨୭,୦୦୧ ୧୫.୮୬% ପରାସ୍ତ
ବିଜୟ ମହାପାତ୍ର ବିଜେପି ୫୭,୮୦୪ ୩୩.୯୬% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ଅତନୁ ସବ୍ୟସାଚୀ ନାୟକ ନିର୍ବାଚନ ଜିତିଥିଲେ
- ୮୧ ହଜାର ୫୦ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଥିଲେ
- ୨୩ ହଜାର ୨୪୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ