୧୯ ଯୁଦ୍ଧର ପଞ୍ଚମ ପାଳି । ବାଜିରେ ଲାଗିଛି ନେତାଙ୍କ ଭାଗ୍ୟ, ଭୋଟ୍ ଦେଉଛି ଭାରତ ।

108

କନକ ବ୍ୟୁରୋ : ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଆଜି ୭ଟି ରାଜ୍ୟର ୫୧ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହେଉଛି । ଏହି ଆସନ ଗୁଡିକ ମଧ୍ୟରେ ଉତ୍ତରପ୍ରଦେଶର ୧୪ଟି, ବିହାରର ୫ଟି, ରାଜସ୍ଥାନର ୧୨ଟି, ଜାମ୍ମୁକାଶ୍ମୀରର ୨ଟି, ମଧ୍ୟପ୍ରଦେଶର ୭ଟି, ପଶ୍ଚିମବଙ୍ଗର ୭ଟି, ଝାରଖଣ୍ଡର ୪ଟି ଆସନ ରହିଛି ।

ତେବେ ସବୁଠାରୁ ବଡ କଥା ହେଉଛି, ଆଜି ଯେଉଁ ସବୁ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବାକୁ ଯାଉଛି, ସେହି ଆସନ ଗୁଡିକରେ ୨୦୧୪ ନିର୍ବାଚନରେ ବିଜେପି ଖାତାକୁ ଯାଇଥିଲା ଅଧିକ ଆସନ । ଏଥର ମଧ୍ୟ ବିଜେପି ଅଧିକ ସିଟ୍ ଅକ୍ତିଆର କରିବା ପାଇଁ ଜୋରଦାର ପ୍ରୟାସ କରିଥିବା ବେଳେ କଂଗ୍ରେସ ମଧ୍ୟ ବଡ କସରତ କରିଛି । ଗତ ଥର ଆମେଠି ଏବଂ ରାୟବରେଲିରେ କଂଗ୍ରେସ ବଡ ବିଜୟ ହାସଲ କରିଥିଲା । ଆମେଠିରୁ ରାହୁଲ ଗାନ୍ଧି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ସେହିପରି ସୋନିଆ ଗାନ୍ଧି ମଧ୍ୟ ରାୟବରେଲିରୁ ବିପୁଳ ଭୋଟ୍ ପାଇ ବିଜୟ ହୋଇଥିଲେ । ୧୯ ନିର୍ବାଚନରେ ଏହି ଦୁଇଟି ଆସନରେ ମଧ୍ୟ ଆଜି ମତଦାନ ହେଉଛି ।