କାଲି ପଡିବ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଭୋଟ: ପୁଲିଂ ବୁଥରେ ପ୍ରସ୍ତୁତି ଶେଷ, ଫୋକସରେ ମୋଦୀଙ୍କ ବାରାଣସୀ ଆସନ

85

କନକ ବ୍ୟୁରୋ: ଶନିବାର ପଡିବ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ମତଦାନ । ଅନେକ ହେଭିୱେଟଙ୍କ ଭାଗ୍ୟ କାଲି ଇଭିଏମରେ ସିଲ ହେବ । ପ୍ରାର୍ଥୀଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ ।୭ଟି ରାଜ୍ୟ ୧ଟି କେନ୍ଦ୍ର ଶାସିତ ଅଂଚଳରେ ପଡ଼ିବ ଭୋଟ ୫୭ଟି ଆସନରେ ୯୦୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷାସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ
ସପ୍ତମ ପର୍ଯ୍ୟାୟ ପାଇଁ କାଲି ହେବ ଅନେକ ହାଇପ୍ରୋଫାଇଲ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା । ଏବେ ଆସନ୍ତୁ ନଜର ପକାଇବା ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ଉପରେ ।

ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା

ନରେନ୍ଦ୍ର ମୋଦୀ (ବାରାଣସୀ)
ବାରାଣସୀ ଲୋକସଭା ଆସନରେ ରୋଚକ ଲଢେଇ ହେବ
ଲଗାତାର ତୃତୀୟ ଥର ପାଇଁ ଏହି ଆସନରୁ ଲଢୁଛନ୍ତି ପ୍ରଧାନମନ୍ତ୍ରୀ

ରବି କିଶନ( ଗୋରଖପୁର)
ଉତରପ୍ରଦେଶ ଗୋରଖପୁର ଆସନରେ ବିଜେପି ପ୍ରାର୍ଥୀ ରବି କିଶନ
ଯୋଗୀ ଆଦିତ୍ୟନାଥଙ୍କ ପରେ ଏଠାରୁ ନିର୍ବାଚିତ ହୋଇ ଆସୁଛନ୍ତି ରବି କିଶନ

ଅନୁରାଗ ଠାକୁର (ହମିରପୁର)
ହିମାଚଳ ପ୍ରଦେଶର ହମିରପୁରର ବିଜେପି ପ୍ରାର୍ଥୀ ଅନୁରାଗ ଠାକୁର
ଲଗାତାର ୫ଥର ଏଠାରୁ ବିଜୟୀ ହୋଇ ଆସିଛନ୍ତି ଅନୁରାଗ
କଙ୍ଗନା ରାଣାୱତ( ମଣ୍ଡି)
ହିମାଚଳ ପ୍ରଦେଶ ମଣ୍ଡି ଆସନରେ ହେବ ରାଜକୀୟ ଲଢେଇ
ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା କଙ୍ଗନା ରାଣାୱତଙ୍କ ଭାଗ୍ୟ ପରୀକ୍ଷା

ମିଶା ଭାରତୀ (ପାଟଳିପୁତ୍ର)
ବିହାର ପାଟଳିପୁତ୍ରରେ ହେବ ବଡ଼ ଲଢେଇ
ଆରଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଲାଲୁ ଯାଦବଙ୍କ ଝିଅ ମିଶା ଭାରତୀ

ଅଭିଷେକ ବାନାର୍ଜୀ( ଡାଇମଣ୍ଡ ହାର୍ବର)
ପଶ୍ଚିମବଙ୍ଗର ପ୍ରମୁଖ ଲୋକସଭା ଆସନ ହେଉଛି ଡାଇମଣ୍ଡ ହାର୍ବର
୨୦୧୪ରୁ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଲଢ଼ି ଜିତି ଆସୁଛନ୍ତି

ନିଶିକାନ୍ତ ଦୁବେ (ଗୋଡ଼ା)
ଝାଡଖଣ୍ଡର ଗୋଡାରୁ ଲଢ଼ୁଛନ୍ତି ବିଜେପିର ନିଶିକାନ୍ତ ଦୁବେ ଗୋଡା
୨୦୦୯ ମସିହାରୁ ଦୁବେ ଲଗାତାର ଏହି ଆସନରୁ ଜିତି ଆସୁଛନ୍ତି

ରବିଶଙ୍କର ପ୍ରସାଦ( ପାଟନା ସାହେବ)
ବିହାରର ପାଟନା ସାହେବରୁ ଲଢ଼ୁଛନ୍ତି ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ
୨୦୧୯ରେ ଶତ୍ରଘ୍ନ ସିହ୍ନାଙ୍କ ବଦଳରେ ଦଳ ରବିଶଙ୍କରଙ୍କୁ ଟିକେଟ ଦେଇଛି

ଏବେ ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟର କେତେ ଆସନରେ ହେବ ମତଦାନ ?

ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ଆସନ
ବିହାର ୮ଟି ଆସନ
ହିମାଚଳ ପ୍ରଦେଶ ୪ଟି ଆସନ
ଉତରପ୍ରଦେଶ ୧୩ଟି ଆସନ
ପଞ୍ଜାବ ୧୩ଟି ଆସନ
ଓଡ଼ିଶା ୬ଟି ଆସନ
ପଶ୍ଚିମବଙ୍ଗ ୯ଟି ଆସନ
ଝାଡ଼ଖଣ୍ଡ ୩ଟି ଆସନ
ଚଣ୍ଡୀଗଡ଼ ୧ଟି ଆସନ

ପ୍ରଚାର ସରିଛି । ସାଇଲେନ୍ସ ପିିରିୟଡ ଆରମ୍ଭ ହୋଇସାରିଛି । ଆଊ ଦିନକ ପରେ ପଡିବ ଭୋଟ । ଶେଷ ପର୍ଯ୍ୟାୟ ନିର୍ବାଚନରେ ଠିକ ଦୁଇ ଦିନ ପରେ ଭୋଟ ଗଣତି । ଏଥରକ କିଏ ଶାସନ କ୍ଷମତା ହାତଉଛି କାହାକୁ ନିରାଶ ହେବାକୁ ପଡିବ । ସେସବୁର ଚିତ୍ର କିଛି ଦିନ ପରେ ସ୍ପଷ୍ଟ ହୋଇଯିବ ।