କନକ ବ୍ୟୁରୋ: ହିଂସା ଭିତରେ ପଡୁଛି ଭୋଟ, ବାଂଲାଦେଶ ନିର୍ବାଚନ ପାଇଁ ସକାଳୁ ସକାଳୁ ଆରମ୍ଭ ହୋଇଛି ମତଦାନ । ଦେଶର ୪୨ହଜାର ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି ୧୧.୯୬ କୋଟି ଭୋଟର । ପ୍ରଧାନମନ୍ତ୍ରୀ ଶେଖ ହସିନା କଡା ସୁରକ୍ଷା ମଧ୍ୟରେ ବୁଥକୁ ଯାଇ ଭୋଟ ଦେଇଛନ୍ତି ।
୨୭ଟି ଦଳର ୧୫୦୦ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଛନ୍ତି । ତେବେ ପ୍ରମୁଖ ବିରୋଧି ଦଳ ବିଏନପି ନିର୍ବାଚନକୁ ବର୍ଜନ କରିବା ସହ ୪୮ଘଣ୍ଟିଆ ବନ୍ଦ ଡାକରା ଦେଇଛି । ନିର୍ବାଚନକୁ ନେଇ ଦେଶବ୍ୟପୀ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଦୁବୃର୍ତ ମାନେ ପୋଡାଜଳା କରିବା ସହ ଭଙ୍ଗରୁଜା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ବିରୋଧି ବିଏନପି ନିର୍ବାଚନକୁ ସମ୍ପୂର୍ଣ୍ଣ ବୟକଟ କରିଥିବା ବେଳେ ପୁଣିଥରେ ଶେଖ ହସିନା ପ୍ରଧାନମନ୍ତ୍ରୀ କ୍ଷମତାକୁ ଫେରିବା ନେଇ ଚର୍ଚ୍ଚା ହେଉଛି ।