କନକ ବ୍ୟୁରୋ : ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ହେଉଛି । ମୋଟ୍ ୪୭୫ ଆସନ ପାଇଁ ଭୋଟ୍ ପଡୁଛି । ପଶ୍ଚିମବଙ୍ଗ ଓ ଆସାମରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପଡୁଥିବା ବେଳେ, ତାମିଲନାଡୁ, କରେଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ, ଯାହା ଏପ୍ରିଲ ୨୯ରେ ଶେଷ ହେବ । ତେବେ ଆସାମରେ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି । ସମସ୍ତ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପୁଡୁଚେରୀରେ ମେ’ ୨ ତାରିଖରେ ମତଗଣନା ହେବା ସହ ଫଳାଫଳ ପ୍ରକାଶ ପାଇବ ।
ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ମତଦାନ-
- ପଶ୍ଚିମବଙ୍ଗର ୩୧ଟି ଆସନ ଲାଗି ତୃତୀୟ ପର୍ଯ୍ୟାୟରେ ମତଦାନ ହେଉଛି
- ଦକ୍ଷିଣ ୨୪ ପ୍ରଗଣାର ୧୬, ହାୱଡାର ୭ ଓ ହୁଗଳିର ୮ଟି ଆସନରେ ଭୋଟିଂ
- ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୭୮.୫ ଲକ୍ଷ ଭୋଟର
- ଏହି ପର୍ଯ୍ୟାୟରେ ୧୦ ହଜାର ୮୭୧ ବୁଥରେ କଡା ସୁରକ୍ଷା ମଧ୍ୟରେ ଭୋଟିଂ
- ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳର ୬୧୮ କମ୍ପାନି ମୁତୟନ
- ୨୦୧୬ରେ ଟିଏମସି ୩୦ଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲେ
ଆସାମରେ ଅନ୍ତିମ ପର୍ଯ୍ୟାୟ ମତଦାନ-
- ୧୨ଟି ଜିଲ୍ଲାର ୪୦ ଆସନରେ ଏହି ପର୍ଯ୍ୟାୟରେ ମତଦାନ
- ଶେଷ ପର୍ଯ୍ୟାୟରେ ବିଭିନ୍ନ ଦଳର ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
- ଏଜିପି ଓ ୟୁପିପିଏଲ ସହ ମେଂଟ କରି ମୈଦାନକୁ ଓହ୍ଲାଇଛି ବିଜେପି
- ବାମ ଦଳ ସମେତ ଏକାଧିକ ଦଳ ସହ ମେଂଟ କରିଛି କଂଗ୍ରେସ
- ୫ ବର୍ଷର ଉପଲବ୍ଧି ଆଧାରରେ କ୍ଷମତା ବଜାୟ ରଖିବା ଆଶାରେ ବିଜେପି
- ୩୨୦ କମ୍ପାନି ସଶସ୍ତ୍ର କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ଉପସ୍ଥିତିରେ ମତଦାନ
ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ମତଦାନ-
- ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ
- ପିଏମକେ ୨୩, ବିଜେପି ୨୦ ଓ ବାକି ଆସନରେ ଏଆଇଏଡିଏମକେ ପ୍ରାର୍ଥ ଦେଇଛି
- କଂଗ୍ରେସକୁ ୨୫, ସିପିଆଇ, ସିପିଏମ୍ ଓ ଭିକେସି ପାର୍ଟିକୁ ଗୋଟିଏ ଲେଖାଏଁ ସିଟ ଦେଇଛି ଡିଏମକେ
- ତାମିଲନାଡୁରେ ୧୯୬୭ରୁ ପାଳି କରି ସରକାର ଗଢିଆସୁଥିଲେ ଡିଏମକେ ଓ ଏଆଇଏଡିଏମକେ
- ହେଲେ ସେହି ଧାରାକୁ ଭାଙ୍ଗି ଗତ ଦୁଇଟି ଟର୍ମ ହେଲା କ୍ଷମତାରେ ରହିଆସିଛି ଏଆଇଏଡିଏମକେ
- ୨୦୧୬ରେ ଏଆଇଏଡିଏମକେକୁ ୧୩୬ ଓ ଏଡିଏମକେକୁ ମିଳିଥିଲା ୮୯ଟି ଆସନ
- ଚଳିତଥର ମୋଟ୍ ୩ ହଜାର ୯୯୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ତାମିଲନାଡୁର ମତଦାତା
କେରଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ -
- କେରଳର ସମସ୍ତ ୧୪୦ ଆସନ ଲାଗି ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍
- ଏଠାରେ ମଧ୍ୟ ୧୯୮୦ରୁ ପାଳି କରି କ୍ଷମତାରେ ରହିଆସୁଛନ୍ତି ଏଲଡିଏଫ ଓ ୟୁଡିଏଫ
- ଏଥର ବାମଦଳ କ୍ଷମତା ବଜାୟ ରଖିଲେ କେରଳରେ ଇତିହାସ ବଦଳିବ
- ସେହିପରି ସାରାଦେଶରେ କେବଳ ଏହି ଗୋଟିଏ ରାଜ୍ୟରେ କ୍ଷମତାରେ ରହିବ ବାମ ଦଳ
- ମୋଟ୍ ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୨.୭୪ କୋଟି ଭୋଟର
ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ-
- ମୋଟ୍ ୩୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦ ଲକ୍ଷ ୪ ହଜାର ୫୦୭ ଭୋଟର
- ୩୦ ଆସନ ବିଶିଷ୍ଟ ପୁଡୁଚେରୀରେ କଂଗ୍ରେସ ନେତୃତ୍ୱାଧୀନ ମେଂଟ ଓ ଏନଡିଏ ମଧ୍ୟ ଲଢେଇ
- କଂଗ୍ରେସ ନେତୃତ୍ୱାଧୀନ ସରକାର ସଂଖ୍ୟା ଗରିଷ୍ଠତାରେ ଫେଲ ମାରିବା ପରେ ରାଷ୍ଟ୍ରପତି ଶାସନ ରହିଛି