କନକ ବ୍ୟୁରୋ: ଭୋଟ୍ ଦେଉଛି ଓଡିଶା । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଇଛି ମତଦାନ ପ୍ରକ୍ରିୟା । ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ପାଇଁ ବୁଥରେ ପ୍ରଥମ ଭୋଟର ଭାବେ ଭୋଟ୍ ଦେଇଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ ବୁଥରେ ଆରମ୍ଭ ହେଇଛି ଭୋଟିଂ । ତେବେ ଆଜି ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେଇଛି । ଏହି ପର୍ଯ୍ୟାୟରେ ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀଙ୍କ ପରୀକ୍ଷା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି ସବୁଠୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ମତଦାତା ରହିଛନ୍ତି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us