ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ : ୪୩ଟି ଆସନ ଲାଗି ପଡ଼ୁଛି ଭୋଟ

୩୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୧ କୋଟି ୪୦ ଲକ୍ଷରୁ ଅଧିକ ଭୋଟର

148

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି । ୪ଟି ଜିଲ୍ଲାର ୪୩ ଟି ଆସନରେ ଚାଲିଛି ମତଦାନ । ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟଙ୍କ ସମେତ ୩୦୬ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି ।

୧କୋଟି ୪୦ ଲକ୍ଷରୁ ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସମସ୍ତ ୪୩ ଟି ଆସନରେ ଟିଏମସି ଓ ବିଜେପି ନିର୍ବାଚନ ଲଢ଼ୁଛନ୍ତି । କୋଭିଡ ଗାଇଡଲାଇନ ଅନୁସାରେ ୧୪ ହଜାର ୪୮୦ଟି ଭୋଟ ଗ୍ରହଣ କେନ୍ଦ୍ରରେ ଚାଲିଛି ମତଦାନ । ସୁରକ୍ଷା ଦୃଷ୍ଟିରୁ ୧ହଜାର ୭୧ କମ୍ପାନୀକୁ ମୁତୟନ କରାଯାଇଛି । ଆସନ୍ତା ୨୬ ଓ ୨୯ ଅପ୍ରେଲରେ ଅନ୍ତିମ ୨ଟି ପର୍ଯ୍ୟାୟ ମତଦାନ ହେବ । ମେ ୨ରେ ନିର୍ବାଚନୀ ଫଳାଫଳ ଘୋଷଣା ହେବ ।