ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ସପ୍ତମ ପର୍ଯ୍ୟାୟ ଭୋଟ : ୩୪ଟି ଆସନରେ ୨୬୮ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Advertisment
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ସପ୍ତମ ପର୍ଯ୍ୟାୟ ଭୋଟ : ୩୪ଟି ଆସନରେ ୨୬୮ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ଆଜି ସପ୍ତମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୫ଟି ଜିଲ୍ଲାର ମୋଟ୍ ୩୬ଟି ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବାର ଥିଲା । ହେଲେ ୨ ଟି ଆସନ ପାଇଁ ଭୋଟିଂ ମେ ୧୬ ତାରିଖକୁ ଘୁଂଚାଇ ଦିଆଯାଇଛି । ଆଜି ୩୪ଟି ଆସନରେ ମତଦାନ ହେଉଥିବାବେଳେ ୩୭ ମହିଳା ପ୍ରାର୍ଥୀଙ୍କ ସହ ମୋଟ୍ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି ।

କୋଭିଡ ନିୟମକୁ କଡାକଡି କରିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ଆଜି ଭୋଟ୍ ପଡୁଥିବା ଆସନଗୁଡିକ ମଧ୍ୟରୁ ୨୦୧୬ରେ ଟିଏମସି ୧୪, କଂଗ୍ରେସ ୧୨ ଓ ବାମଦଳ ୧୦ଟି ଆସନରେ ବିଜୟୀ ହୋଇଥିଲେ । ପଶ୍ଚିମବଙ୍ଗ ବିଧାନସଭାର ମୋଟ୍ ୨୯୪ ଆସନ ଲାଗି ୮ଟି ପର୍ଯ୍ୟାୟରେ ଭୋଟିଂ ହେଉଛି । ଏପ୍ରିଲ ୨୯ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ପରେ ମେ ୨ ତାରିଖରେ ଭୋଟ୍ ଗଣତି ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe