ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ : ୩୫ ଆସନରେ ୨୮୩ ଜଣ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

Advertisment
ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ : ୩୫ ଆସନରେ ୨୮୩ ଜଣ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ । ୪ଟି ଜିଲ୍ଲାର ୩୫ ବିଧାନସଭା ଆସନରେ ଅଷ୍ଟମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ରହିଛି ।

୩୫ ବିଧାନସଭା ଆସନରେ ୮୪ ଲକ୍ଷ ୭୭ ହଜାର ୭୨୮ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର । ମତଦାନ ଦାନ ପାଇଁ ୧୧ ହଜାର ୮୬୦ ବୁଥ ରହିଛି । ହିଂସାକୁ ଦୃଷ୍ଟିରେ ରଖି ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆସନ୍ତା ମେ’ ୨ରେ ଫଳାଫଳ ଘୋଷଣା କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe