କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ । ୪ଟି ଜିଲ୍ଲାର ୩୫ ବିଧାନସଭା ଆସନରେ ଅଷ୍ଟମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ରହିଛି ।
୩୫ ବିଧାନସଭା ଆସନରେ ୮୪ ଲକ୍ଷ ୭୭ ହଜାର ୭୨୮ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର । ମତଦାନ ଦାନ ପାଇଁ ୧୧ ହଜାର ୮୬୦ ବୁଥ ରହିଛି । ହିଂସାକୁ ଦୃଷ୍ଟିରେ ରଖି ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆସନ୍ତା ମେ’ ୨ରେ ଫଳାଫଳ ଘୋଷଣା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Voting-bengal-tw4.jpg)