ଭୁବନେଶ୍ୱର କ୍ଲବ ନିର୍ବାଚନ ପାଇଁ ମତଦାନ ସରିଲା : ଆଜି ଅପରାହ୍ଣରେ ଖୋଲାଯିବ ଭୋଟ ବାକ୍ସ

155

କନକ ବ୍ୟୁରୋ : ଭୁବନେଶ୍ବର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ରବିବାର ଶେଷ ହୋଇଛି । ଦୁଇ ଦିନରେ ମୋଟ୍ ୧୨୬୯ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହ୍‌ଣରେ ଭୋଟ୍‌ ଗଣତି ହେବ ବୋଲି ଜଣାପଡ଼ିଛି । କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍‌ ଚିହ୍ନ‌ ମାରି ଭୋଟ୍ ଦେଇଥିଲେ । ନିର୍ବାଚନ ସରିବା ପରେ ଜଉମୁଦ ଦେଇ ଭୋଟ୍‌ ବାକ୍ସଗୁଡ଼ିକୁ ସିଲ୍‌ କରାଯାଇଛି । ଏହାକୁ ଆଜି ଅପରାହ୍‌ଣରେ ଖୋଲାଯିବ । ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେଉଥିବାରୁ କିଏ ବାଜି ମାରୁଛନ୍ତି ତାହାକୁ ଅପେକ୍ଷା ।