କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ବେଳେ ହିଂସା । ଆଜି ସକାଳ ୭ଟାରେ ୭୪ଟି ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଛି । କିନ୍ତୁ ଏହି ସମୟରେ ମୁର୍ଶିଦାବାଦର ବେଲଡଙ୍ଗାରେ କଂଗ୍ରେସ ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହିଂସା ହୋଇଛି । କୁଚବିହାରରେ ଥିବା ମତଦାନ କେନ୍ଦ୍ରରେ ମଧ୍ୟରେ ଭଙ୍ଗାରୁଜା ହୋଇଛି । ଏମିତିକି ଉତ୍ତ୍ୟକ୍ତ ଲୋକେ ବୁଥରେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ଏଯାବତ ପଞ୍ଚାୟତ ନିର୍ବାଚନ ପାଇଁ ହିଂସା ବେଳେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଯବାନ ମୁତୟନ ହୋଇଛନ୍ତି ।

Advertisment