କନକ ବ୍ୟୁରୋ : ଢେଙ୍କାନାଳ ହିନ୍ଦୋଳ ଓ ବରଗଡ଼ ଅତାବିରା ଏନଏସି ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ହିନ୍ଦୋଳ ଏନ୍ଏସି ପାଇଁ ୩ ଜଣ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ଓ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

Advertisment

ମୋଟ୍ ୧୬ଟି ୱାର୍ଡର ୯ ହଜାର ୮୭୨ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେହିପରି ଅତାବିରା ଏନ୍ଏସିର ୧୨ଟି ୱାର୍ଡରେ ମତଦାନ ପାଇଁ ମୋଟ୍ ୧୬ଟି ବୁଥ୍ କରାଯାଇଛି । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେଥିମଧ୍ୟରୁ ୭ଟି ସମ୍ବେଦନଶୀଳ, ୩ଟି ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଛି ।