ବ୍ରଜରାଜନଗର ଉପ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ

63

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ୬୯ପ୍ରତିଶତ ମତଦାନ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ମୋଟ ୨୭୯ଟି ବୁଥରେ ଚାଲିଛି ମତଦାନ ।

ସେଥିମଧ୍ୟରୁ ୬୦ ଟି ବୁଥ ସମ୍ବେଦନଶୀଳ ଘୋଷଣା କରାଯାଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ୫୦ ବୁଥରେ ୱେବକାଷ୍ଟିଂ ହେବ । ୩୦ ଟି ମଡେଲ ପୋଲିଂ ବୁଥ ଓ ୫ଟି ପିଙ୍କ୍ ବୁଥ ରହିବ । ତେବେ ଜୁନ୍ ୩ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ କରାଯିବ । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବୁଥ ଯାଇ ମତଦାନ କରିଛନ୍ତି । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡି ପ୍ରାର୍ଥୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନି ଅଳକା ମହାନ୍ତିଙ୍କ ପଲା ଭାରୀ ରହିଛି ।