କନକ ବ୍ୟୁରୋ: ପୁଣି ପ୍ରଚାର ବେଳେ ବିଜେଡି ନେତାଙ୍କୁ ବିରୋଧ । ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ବିଭିନ୍ନ ସ୍ଥାନରେ କଳାପତାକା ଦେଖାଇ ବିରୋଧ କରିଛନ୍ତି ଆଦିବାସୀ ଓ ଓବିସି ଜନତା । ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ପ୍ରଚାର କରି ନପାରି ଫେରିଗଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ବ୍ଲକ ସଭାପତି ହୃଦାନନ୍ଦ ବେହେରା, ନିହାର ରଂଜନ ବେହେରାଙ୍କ ସମେତ ବିଜେଡି କର୍ମୀମାନେ ।
ଲୋଇସିଂହା ୩୩ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଲିଲିମା ବେହେରାଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ ଏମାନେ । ତେବେ ଗତକାଲି ମାନେ ମଧ୍ୟ ଏଭଳି ବିରୋଧର ସାମ୍ନା କରିଥିଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । କାଲି ମଧ୍ୟ ଅଧାରୁ ତାଙ୍କ ପ୍ରଚାର ବନ୍ଦ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/8-21.jpg)