କନକ ବ୍ୟୁରୋ: ଦିନ ବଢ଼ିବା ସହ ବଢ଼ୁଛି ମତଦାନ ହାର । ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ୩ ମହାନଗରରେ ମଧ୍ୟ ଭୋଟ୍ ହାର ବଢୁଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ । ତେବେ ୧୦୯ ପୌରାଂଚଳ ନିର୍ବାଚନ ଆରମ୍ଭ ହୋଇଛି । ଶାନ୍ତିଶୃଙ୍ଖଳା ସହ ଚାଲିଛି ନିର୍ବାଚନ । କୌଣସି ଜାଗାରେ ଇଭିଏମ୍ ତ୍ରୁଟି ପାଇଁ ନିର୍ବାଚନ ବନ୍ଦ ହୋଇ ନାହିଁ । ସବୁଠି ଠିକ୍ ଠାକରେ ଚାଲିଛି ମତଦାନ ।
ପୌର ନିର୍ବାଚନ, ଚାଲିଛି ମତଦାନ
ପୌର ନିର୍ବାଚନ: ନେତାଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ
୩ଟି ମହାନଗର ନିଗମ, ୫୯ ଏନଏସି ଓ ୪୭ଟି ପୌରାଞ୍ଚଳରେ ଭୋଟିଂ ଜାରି
ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ଭୋଟ୍ ଗ୍ରହଣ
ମୋଟ୍ ୪ ହଜାର ୩୭୩ ବୁଥ୍ରେ ନେତା ବାଛୁଛନ୍ତି ଭୋଟର
ପ୍ରଥମଥର ପାଇଁ ପୌରାଧ୍ୟକ୍ଷ, ମେୟର ପାଇଁ ପ୍ରତ୍ୟକ୍ଷ ଭୋଟ୍
୨,୨୦୦ ପୋଲିଂ କର୍ମଚାରୀ, ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।