କନକ ବ୍ୟୁରୋ: ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ଯିବାକୁ ହେଉ କିମ୍ବା,ପିଲାଙ୍କ ପାଠପଢା ଅନ୍ୟକିଛି କାମ ପାଇଁ ନଦୀ ଆରପଟକୁ ଯିବାକୁ ପଡୁଛି । ତାହା ପୁଣି ଡଙ୍ଗାରେ । ଯେଉଁଦିନ ନାଉରୀଆ ନଥିବା ସେଦିନ ସବୁ କାମ ଠପ୍ । ଏଠି ଅନେକ ଦାବି ପରେ ବି ନୀରେ ହେଉନି ବ୍ରିଜ୍ । ଫଳରେ ଲୋକେ ନାହିଁନଥିବା ମସସ୍ୟା ଭୋଗୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଗଡରୋମିତ ପଂଚାୟତର ପଡାଗ୍ରାମ ମଦରଙ୍ଗାଡିଆର ୭ ନମ୍ବର ୱାର୍ଡର ଦୁର୍ଦ୍ଦଶା ।
ଏହି ୱାର୍ଡକୁ ଡଙ୍ଗାହିଁ ଏକମାତ୍ର ଭରଷା । ଅଥଳ ଥଳ ପାଣିରେ ଯନ୍ତଚାଳିତ ଡଙ୍ଗାରେ ପାରି ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ୱାର୍ଡ ବାସିନ୍ଦା । ଆଗକୁ ତ୍ରିସ୍ତରିୟ ପଂଚାୟତ ନିର୍ବାଚନ ପାଇଁ ଭୋଟ ଥିବା ବେଳେ ଗ୍ରାମରେ ଏକ ଭୋଟଦାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଦୀର୍ଘଦିନ ହେବ ଏପରି ସମସ୍ୟାରେ ଗ୍ରାମବାସି ମାନେ ଘାଂଟି ହେଉଥିଲେ ମଧ୍ୟ ସେମାନଙ୍କର ସମସ୍ୟା ସମାଧାନ ହୋଇପାରି ନାହିଁ । ଆଗୁକୁ ତ୍ରିସ୍ତରିୟ ପଂଚାୟତ ନିର୍ବାଚନ ପାଇଁ ଭୋଟ ହେବାକୁ ଥିବା ବେଳେ ଗ୍ରାମରେ ଏକ ଭୋଟ ଦାନ କେନ୍ଦ୍ର ଖୋଲିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
ମଦରଙ୍ଗାଡିଆ ଗ୍ରାମରେ ୩୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୧୫୦ ହେବ ସେମାନଙ୍କ ମଧ୍ୟରୁ ଭୋଟର ମାନଙ୍କ ସଂଖ୍ୟା ପ୍ରାୟ ୧୨୩ ହେବ । ପ୍ରାୟ ୫୦ ବର୍ଷ ପୁର୍ବରୁ ଏବେ ବିଶାଳ ଆକାର ଧାରଣ କରିଥିବା ଲୁଣା ନଦୀ କୁଳରେ ଗ୍ରାମବାସି ମାନେ ବସବାସ କରୁଥିଲେ । କାଳକ୍ରମେ ଏହି ନଦୀର ଆକାର ବୃଦ୍ଧି ପାଇବାରୁ ଗଡରେମିତ ଗ୍ରାମର ୭ ନମ୍ବର ୱାଡରୁ ବିଛିନ୍ନ ହୋଇଯାଇଥିଲା ବୋଲି ଗ୍ରାମବାସି ମାନେ ସୁଚନା ଦେଇଛନ୍ତି । ୭ ନମ୍ବର ୱାଡର ଭୋଟର ସଂଖ୍ୟା ପ୍ରାୟ ୨୨୩ ଜଣ ହୋଇଥିବା ବେଳେ ମଦରଙ୍ଗାଡିଆ ଗ୍ରାମରେ ୧୨୩ ଜଣ ଭେଟର ଅଛନ୍ତି । ସାଇ ପଡିଶା ବନ୍ଧୁ ବାନ୍ଧବ ଅଧା ନଦୀ ଆରପଟେ ବସବାସ କରୁଥିବା ବେଳେ ଏପଟେ ଅଧା ରହିଯାଇଛନ୍ତି । ସବୁଠାରୁ ଅଧୀକ ସମସ୍ୟା ହେଉଛି ଭୋଟ ସମୟରେ ବରିଷ୍ଠ ନାଗରିକ , ଅସୁସ୍ଥ ହୋଇପଡିଥିବା କୈାଣସି ଭୋଟର ଏବଂ ଦିବ୍ୟାଙ୍କ ମାନଙ୍କୁ ଡଙ୍ଗାରେ ବସାଇ ଜୁଆରିଆ ନଦୀ ପାରକରି ନଦୀ ଆରପଟ ଭୋଟଦାନ କେନ୍ଦ୍ରକୁ ନେବାକୁ ପଡିଥାଏ । ଗ୍ରାମରେ ଏକ ଭେଟଦାନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଗ୍ରାମବାସି ମାନେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସି । ନିଜ ଗ୍ରାମରୁ ବିଛିନ୍ନ ହୋଇ ବସବାସ କରୁଥିବା ମଦରଙ୍ଗାଡିଆ ଗ୍ରାମବାସି ମାନଙ୍କ ସମସ୍ୟା ସମାଧାନ ଉପରେ ଦୃଷ୍ଟି ଦେବା ସହିତ ଗ୍ରାମରେ ଏକ ଭୋଟଦାନ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଦାବିକରିଛନ୍ତି ।