କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇ ସାରିଲେଣି ପ୍ରାର୍ଥୀ । ବିଜୟୀ ହେବା ପାଇଁ ଭୋଟରଙ୍କୁ ମନାଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି । ହେଲେ କଟକ ନରସିଂହପୁର ଦେବଭୂମି ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଯେଉଁଠି ଜଣେ ପ୍ରାର୍ଥୀଙ୍କୁ ମିଳୁଛି ବିପୁଳ ଜନସମର୍ଥନ ଆଉ ପ୍ରାର୍ଥୀଙ୍କ ପାଇଁ ଭୋଟରମାନେ ଟଙ୍କା ଆଦାୟ କରି ଖର୍ଚ୍ଚ କରୁଛନ୍ତି ।

Advertisment

ଦେବଭୂମି ଗ୍ରାମ ପଞ୍ଚାୟତ ୧୫ ନମ୍ବର ୱାର୍ଡର ସମିତି ସଭ୍ୟା ପ୍ରାର୍ଥୀନି ସସ୍ମିତା ଜେନା । ସସ୍ମିତା ଦୀର୍ଘ ୫ ବର୍ଷ ହେବ ନୂଆପାଟଣା ପଞ୍ଚାୟତରେ ସରପଞ୍ଚ ଭାବେ କାମ କରିଥିଲେ । ତାଙ୍କ ଶାଶୂ ମଧ୍ୟ ବ୍ଲକ ଅଧ୍ୟକ୍ଷା ରହିଥିଲେ । ସେହିପରି ତାଙ୍କ ସ୍ୱାମୀ ନିର୍ମଳ ଜେନା ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି ।

ଗୋଟିଏ ପଟେ ନିର୍ବାଚନରେ ବିଜୟ ଲାଭ କରିବା ଭୋଟରମାନେ ବିଭିନ୍ନ ପ୍ରୟାସ କରୁଥିବା ବେଳେ ଏଠାରେ କିନ୍ତୁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରମାନେ ନିଜ ନିଜ ଭିତରେ ଟଙ୍କା ଆଦାୟ କରି ପ୍ରାର୍ଥୀଙ୍କୁ ୨୦ ହଜାର ଟଙ୍କା ଦେଇଛନ୍ତି ।