କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଭଦ୍ରକ ତିହିଡି ବ୍ଲକର ୪ ନମ୍ବର ବୁଥରେ ଖୁଲ୍ଲମଖୁଲା ବୁଥ ରିଂଗିଂ ହୋଇଥିବା ଦେଖିବାକୁ ମିଳିଛି । ଜଣେ ମହିଳା ବୁଥ୍ ଭିତରେ ପ୍ରବେଶ କରି ଅନ୍ୟ ଭୋଟରଙ୍କ ପାଇଁ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମ ପ୍ରତିନିଧି ଏବଂ ଭୋଟର ଏହାକୁ ନେଇ ଆପତ୍ତି ଉଠାଇବା ପରେ ସଂପୃକ୍ତ ମହିଳା ଜଣଙ୍କ ଧମକ ଦେଇଥିବା ଅଭିଯୋଗ ହୋଇଛି । ସ୍ଥିତି ଏମିତି ଉପୁଜିଲା ଯେ ମହିଳାଙ୍କ ଦୌରାତ୍ମ୍ୟ ଦେଖି ପ୍ରିଜାଇଡିଂ ଅଫିସର ବୁଥ ବାହାରେ ଥିବା ପୁଲିସର ସହାୟତା ଲୋଡିଥିଲେ । ହେଲେ ପୁଲିସ ଅଧିକାରୀ ସହଯୋଗ କରିନଥିବା ସୂଚନା ରହିଛି । ଏମିତିକି ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ମହିଳା ଜଣଙ୍କ ତଡି ଦେଇଥିବା ସୂଚନା ରହିଛି । ତେବେ ଅତିରିକ୍ତ ଏଏସପି କହିଛନ୍ତି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଛିି ।