ଭୋଟର ହେବେ ପୋଲିସ ! ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା, ଆସନ୍ତା ଲୋକସଭା ନିର୍ବାଚନରେ ପୋଲିସର କାର୍ଯ୍ୟ କରିବେ ଭୋଟର ।

ଭୋଟର ହେବେ ପୋଲିସ ! ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା, ଆସନ୍ତା ଲୋକସଭା ନିର୍ବାଚନରେ ପୋଲିସର କାର୍ଯ୍ୟ କରିବେ ଭୋଟର ।

ଭାରତର ମୁଖ୍ୟ ନିର୍ବାଚନ କମିଶନ ଓପି ରାୱତଙ୍କ ସୂଚନା, ଆଗାମୀ ଲୋକସଭା ନିର୍ବାଚନରେ ପୋଲିସର କାର୍ଯ୍ୟ କରିବେ ଭୋଟର । ନିର୍ବାଚନ କମିଶନଙ୍କ କହିବା ମୁତାବକ ନିର୍ବାଚନ ଆୟୋଗର ସ୍ୱତନ୍ତ୍ର ଦଳ ସହାୟତାରେ ଏକ ଆପ ଲଂଚ କରିବାକୁ ଯାଉଛନ୍ତି । ଯେଉଁ ଆପକୁ ସ୍ମାର୍ଟଫୋନ ବ୍ୟବହାରକାରୀ ଦେଶର ସମସ୍ତ ଭୋଟର ୨୦୧୯ ଲୋକସଭା ନିର୍ବାଚନରେ ବ୍ୟବହାର କରିପାରିବେ ବୋଲି ଓପି ରାୱତ କହିଛନ୍ତି । ତେବେ ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ଆସନ୍ତା ଜୁଲାଇ ଶେଷ ସୁଦ୍ଧା “ଇ-ନେତ୍ର” ମୋବାଇଲ ଆପ୍ ଲଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ‘ଇ-ନେତ୍ର’ ଆପ୍ ଜରିଆରେ ନିର୍ବାଚନ ସମୟରେ ଲାଗୁ ହୋଇଥିବା ନିର୍ବାଚନ ଆଚରଣବିଧି ଉଲଙ୍ଘନ ଯଥା- ବେଆଇନ ଅର୍ଥ କାରବାର, ମଦ୍ୟପ ସାମଗ୍ରୀ ଓ ନେତାଙ୍କ କୌଣସି ପ୍ରଲୋଭିତ କରାଯାଉଥିବା ଭାଷଣର ଭିଡିଓ ଓ ଫଟୋ ଅପଲୋଡ କରିପାରିବେ । ଯାହାକି ନିକଟସ୍ଥ ପୋଲିସ କର୍ତ୍ତବ୍ୟ ଭଳି ସଦୃଶ । ତେବେ ଓପି ରାୱତଙ୍କ କହିବା ଅନୁଯାୟୀ ନିର୍ବାଚନ କମିଶନଙ୍କ ଆଇଟି ବିଭାଗ ଆସନ୍ତା ଲୋକସଭା ନିର୍ବାଚନକୁ କିଭଳି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ଏହି ଆପ୍ ପ୍ରସ୍ତତ କରୁଛନ୍ତି ।

publive-image

ଏହାର ପ୍ରାରମ୍ଭିକ ପରୀକ୍ଷଣ ପାଇଁ ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଓ ରାଜସ୍ଥାନ ଭଳି ଚାରୋଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିବା କହିଛନ୍ତି ଓପି ରାୱତ । ତେବେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରାଯାଉଥିବା ଏହି ଆପ ଜରିଆରେ ନିର୍ବାଚନର ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବେ ସାଧାରଣ ନାଗରିକ । ଏକ ସାକ୍ଷାତକାରରେ ଭାରତୀୟ ନିର୍ବାଚନ କମିଶନ ଓପି ରାୱତଙ୍କ କହିବା ମୁତାବକ ଏହି ଆପକୁ ଦେଶର ସଜାଗ ଭୋଟର ଅଧିକ ସଂଖ୍ୟକ ମୋବାଇଲରେ ଡାଉନଲୋଡ କରି ନିର୍ବାଚନରେ ପୋଲିସ ଯେଉଁଭଳି ଭୂମିକା ନିର୍ବାହ କରେ ସେହିଭଳି ଭୋଟରମାନେ ମଧ୍ୟ ଆଚରଣବିଧି ଉଲଙ୍ଘନ କରୁଥବା ଦଳୀୟ କର୍ମୀ , ନେତା ଓ ପ୍ରାର୍ଥୀଙ୍କ ବିଷୟରେ ଏହି ଆପ ଜରିଆରେ ଅବଗତ କରାଇପାରିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe