ପୁଣିଥରେ ଚର୍ଚ୍ଚାରେ ପୋଲିଂ ଅଫିସର ରୀନା ଦ୍ୱିବେଦୀ । ପୋଲିଂ ଷ୍ଟେସନରେ ପହଞ୍ଚି  ରୀନାଙ୍କ ସହ ସେଲଫି ଉଠାଇଲେ ଭୋଟର ।

655

ପୁଣିଥରେ ଚର୍ଚ୍ଚାରେ ମହିଳା ପୋଲିଂ ଅଫିସର ରୀନା ଦ୍ୱିବେଦୀ । ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସୋସିଆଲ ମିଡିଆର ସେନସେସନ ପାଲଟିଥିବା ରୀନା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏପରିକି ରୀନାଙ୍କ ସହ ସେଲଫି ନେବା ପାଇଁ ଭୋଟରଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । ରୀନାଙ୍କ ଡ୍ୟୁଟି ପଡିଥିବା ବୁଥରେ ମତଦାତାଙ୍କର ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଲକ୍ଷ୍ନୌର କେଣ୍ଟ ବିଧାନସଭା ଉପନିର୍ବାଚନ ପାଇଁ ଆଜି ଭୋଟିଂ ହେଉଥିଲା । ତେବେ ଭୋଟିଂକୁ ନେଇ ଭୋଟରଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳିନଥିଲା । କିନ୍ତୁ ରୀନା ଦ୍ୱିବେଦୀଙ୍କ ଡ୍ୟୁଟି ପଡିଥିବା ପୋଲିଂ ଷ୍ଟେସନ କୃଷ୍ଣାନଗରର ମହାନଗର ଇଣ୍ଟର କଲେଜରେ ରେ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଷ୍ଟାଇଲିସ ରୀନା ଗୋଲାପି ରଙ୍ଗର ଶାଢୀରେ ନଜର ଆସିଥିବା ବେଳେ ଭୋଟର ତାଙ୍କ ସହ ସେଲଫି ନେବାର ସୁଯୋଗ ହାତଛଡା କରିନଥିଲେ । ରୀନା କହିଛନ୍ତି,  ସେ ସାଧାରଣ ଲୋକଙ୍କ ଭଳି । ତେବେ ଲୋକ ତାଙ୍କ ଫଟୋକୁ ପସନ୍ଦ କରନ୍ତି । ଏହାଛଡା ନିଜର ଭିଡିଓ ସୋସିଆଲ ମିଡିଆରେ ଛାଡୁଥିବାରୁ ଲୋକଙ୍କ ଭିତରେ ଲୋକପ୍ରିୟ ବୋଲି କହିଛନ୍ତି ରୀନା ।

ଏହାପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନରେ ରାତାରାତି ଇଣ୍ଟରନେଟ୍ ସେନସେସନ ପାଲଟି ଯାଇଥିଲେ । ଯେତେବେଳେ ସେ ହଳଦିଆ ଶାଢୀରେ ହାତରେ ଇଭିଏମ ଧରି ପୋଲିଂ ଷ୍ଟେସନରେ ପହଞ୍ଚିଥିଲେ । ସେତେବେଳେ ଏହି ଷ୍ଟାଇଲିସ୍ ଲେଡିଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଉତ୍ତର ପ୍ରଦେଶର ଦେବାରିଆ ଅଞ୍ଚଳରେ ରହୁଥିବା ବେଳେ ପିଏଡବ୍ଲୁ ବିଭାଗରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ।