ଭୋଟ ଲିଷ୍ଟରେ ନାଁ ନଥିବାରୁ ବୁଥରେ ଶୋଇଲେ ଭୋଟର। କହିଲେ, ନ୍ୟାୟ ନମିଳିବା ଯାଏଁ ଉଠିବିନି ।

ଭୋଟ ଲିଷ୍ଟରେ ନାଁ ନଥିବାରୁ ବୁଥରେ ଶୋଇଲେ ଭୋଟର। କହିଲେ, ନ୍ୟାୟ ନମିଳିବା ଯାଏଁ ଉଠିବିନି ।

କନକ ବ୍ୟୁରୋ: ମତଦାନ ଅଧିକାରରୁ ବଞ୍ଚିତ ହେବାରୁ ବରିଷ୍ଠ ଭୋଟରଙ୍କ ନିଆରା ପ୍ରତିବାଦ । ଏପରି ଘଟଣା ଘଟିଛି ପୁରୀ ଭୋଳାନାଥ ବିଦ୍ୟାପୀଠ ୫୬ ନମ୍ବର ପୋଲିଂ ବୁଥରୁ । ୯୭ ବର୍ଷୀୟ ବ୍ୟକ୍ତି ରାମଚନ୍ଦ୍ର ଦାଶ, ବର୍ଷ ବର୍ଷ ଧରି ଭୋଟ ଦେଇ ଆସୁଥିଲେ ବି ଏଥର ଭୋଟର ଲିଷ୍ଟରେ ତାଙ୍କର ନାଁ ନାହିଁ । ତେଣୁ ସେ ବୁଥକୁ ଆସି ନିଆରା ଢଙ୍ଗରେ ନ୍ୟାୟ ମାଗିଛନ୍ତି । ବୁଥ ଭିତରେ ଶୋଇ ନ୍ୟାୟ ପାଇଁ ଦାବି କରିଛନ୍ତି ରାମଚନ୍ଦ୍ର ଦାଶ । ପୋଲିଂ କେନ୍ଦ୍ରରେ ଥିବା ଅଧିକାରୀମାନେ ତାଙ୍କୁ ବୁଝାସୁଝା କରିଥିଲେ ବି ନିଜ ଜିଦିରେ କିନ୍ତୁ ଅଟଳ ରହିଥିଲେ, ଭୋଟ ନଦେବାଯାଏଁ ଯିବେ ନାହିଁ ବୋଲି କହିଥିଲେ ରାମଚନ୍ଦ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe