ଭୋଟିଂ ଅଧାରୁ ଅଚଳ ହୋଇଗଲା ଇଭିଏମ, ଭୋଟ ନ ଦେଇ ଫେରିଗଲେ ଭୋଟର । ଜାଣନ୍ତୁ କେଉଁଠି?

145

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ଭୋଟିଂ । ମତଦାନ କେନ୍ଦ୍ରରେ ପହଞ୍ଚି ନିଜ ମନ ପସନ୍ଦର ପ୍ରାର୍ଥୀଙ୍କ ନାଁରେ ମୋହର ମାରୁଛନ୍ତି ମତଦାତା । ରାଜ୍ୟର ୫ ଲୋକସଭା ଓ୩୫ ବିଧାନସଭା ପାଇଁ ଭୋଟିଂ ଚାଲିଥିବା ବେଳେ କିଛି ସ୍ଥାନରେ ଇଭିଏମ ଅଚଳ ହୋଇଯିବାରୁ ମତଦାନ ପ୍ରକିୟା ବାଧାପ୍ରାପ୍ତ ହୋଇଛି । ସୁନ୍ଦରଗଡରେ ଇଭିଏମ ଅଚଳ ଯୋଗୁଁ ଭୋଟ ନ ଦେଇ ଫେରିଯାଇଛନ୍ତି ଭୋଟର । ସୁନ୍ଦରଗଡର ରଙ୍ଗାଢିପା ସ୍କୁଲର ୭ ନମ୍ବର ବୁଥରେ ଇଭିଏମ ଅଚଳ ହେବା କାରଣରୁ ଦୀର୍ଘ ସମୟ ଧରି ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଇଭିଏମ ଠିକ୍ ନ ହେବାରୁ ମତଦାନ ନ କରି ଫେରି ଯାଇଥିଲେ ଭୋଟର ।

ସେହିଭଳି ୨୧୩ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ମତଦାନ କେନ୍ଦ୍ରରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଅନ୍ୟପଟେ ବଲାଙ୍ଗୀର ଲୋଇସିଂହାରେ ମଧ୍ୟ ୩ଟି ବୁଥରେ ଇଭିଏମ ଅଚଳ ହେବା ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି । ଭରସୁଳା ଗାଁର ୮୦ ନମ୍ବର ବୁଥ,ଡୁୁମୁଡୁମି ୬୧ ନମ୍ବର ବୁଥ୍, ଉପରବାହାଲର ୪୧ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ଭୋଟ ଗ୍ରହଣ ହୋଇପାରିନଥିବା ବେଳେ ଲମ୍ବା ଲାଇନରେ ଛିଡା ହୋଇ ରହିଛନ୍ତି ଭୋଟର ।

 କଣ୍ଟାମାଳର କଣ୍ଟାପଡା ଗାଁର ୧୮୩ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁଁ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି ଲାଇନରେ ଛିଡା ହେବା ପରେ ମଧ୍ୟ ଭୋଟ ଦେଇ ନ ପାରିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବଲାଙ୍ଗୀରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଭୋଟର ଭୋଟ ବର୍ଜନ କରିଛନ୍ତି । ଦୂରରେ ବୁଥ ହୋଇଥିବାରୁ ଭୋଟ ବର୍ଜନ କରିଛନ୍ତି ଆଗଲପୁର ବ୍ଲକ ବବଜା ଗାଁର ଭୋଟର । ଏହାଛଡା ବିଭିନ୍ନ ମୌଳିକ ସମସ୍ୟା ପୂରଣ ହୋଇନଥିବାରୁ ଭଇଁଷାପାଲି ଓ ପୁଇଁତଳା ବ୍ଲକ କଙ୍କରିଆରେ ମଧ୍ୟ ଭୋଟ ବର୍ଜକ କରିଛନ୍ତି ମତଦାତା ।