କନକ ବ୍ୟୁରୋ: ଗାଁର ଉଭୟ ପ୍ରାନ୍ତରେ ଲାଗିଛି ବ୍ୟାନର। ଗ୍ରାମ୍ୟ କମିଟି ବିନା ଅନୁମତିରେ ସରକାରୀ ବାବୁ ଓ ରାଜନେତାଙ୍କ ପ୍ରବେଶ ମନା । ଗାଁ ଠାକୁରାଣୀଙ୍କ ନିକଟରେ ଶପଥ କରି ଭୋଟ ବର୍ଜନ ପାଇଁ ହୋଇଛି ନିଷ୍ପତ୍ତି। ଗାଁର ମାଟି ତଳେ କୋଇଲା ଗଛିତ ଥିବା ଦର୍ଶାଇ କୋଇଲା କମ୍ପାନୀ ହାତକୁ ଟେକିଦେଇଛନ୍ତି ସରକାର। ଦୀର୍ଘ ୨୦ ବର୍ଷ ହେବ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ଛେଣ୍ଡିପଦା ବ୍ଲକର ଗୋପିବଲ୍ଳଭପୁର ଗ୍ରାମବାସୀ। ଅନ୍ୟପଟେ କମ୍ପାନୀର ପ୍ରତାରଣାର ଶିକାର ହେବା ପରେ ଚଳିତ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ।
ଗାଁ ମୁଣ୍ଡରେ ଲାଗିଛି ବ୍ୟାନର । ଆଉ ଏଥିରେ ଲେଖା ହୋଇଛି, ଗାଁ କମିଟିର ବିନା ଅନୁମତିରେ ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ କମ୍ପାନୀ କର୍ତୃପକ୍ଷ, ପ୍ରଶାସନିକ ଅଧିକାରୀ ଓ ରାଜନେତା । ଦିନରାତି ସାରା ଗାଁରେ ପହରା ଦେଉଛନ୍ତି ଗ୍ରାମବାସୀ । ସେପଟେ ଗ୍ରାମଦେବତିଙ୍କ ପାଖରେ ଏକାଠି ହୋଇ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି ଗ୍ରାମବାସୀ । ପଂଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତି ସରଗରମ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ପଂଚାୟତ ଅଧିନସ୍ଥ ଗୋପୀବଲ୍ଲଭପୁର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଗୋପୀବଲ୍ଲଭପୁର ଗାଁର ମାଟି ତଳେ କୋଇଲା ଥିବା ଦର୍ଶାଇ କମ୍ପାନୀ ହାତକୁ ଟେକିଦେଇଛନ୍ତି ସରକାର । ୨୦୦୪ ମସିହାରେ କଳିଙ୍ଗ ଡି’ ବ୍ଲକ, ଉକ୍ରଳ-ଇ କୋଲ ବ୍ଲକ ଏବଂ ଏଫ କୋଲ ବ୍ଲକକୁ କୋଇଲା ଖଣି ପାଇଁ ଅନୁମତି ଦେଇଛନ୍ତି । ଏହାରି ଭିତରେ ପ୍ରାୟ ୧୮ ବିତିଗଲାଣି କିନ୍ତୁ କମ୍ପାନୀ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । କମ୍ପାନୀ ବିସ୍ଥାପିତ କରୁନି କି କୌଣସି ସୁବିଧା ସୁଯୋଗ ଯୋଗାଇ ଦେଉନଥିବା ବେଳେ ୪ ଶହ ପରିବାରକୁ ସରକାରଙ୍କ ଜନହିତକାରୀ ଯୋଜନା ମଧ୍ୟ ମିଳୁନାହିଁ । ତେଣୁ ଏଥର ପଂଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଶପଥ ନେଇଛନ୍ତି ଗ୍ରାମବାସୀ । ତେବେ ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଭୋଟରଙ୍କୁ କିଭଳି ମନେଇବ ତାକୁ ହିଁ ଅପେକ୍ଷା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/2-29.jpg)