କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜିଠୁ ଆରମ୍ଭ ହୋଇଯାଛି ଭୋଟର ତାଲିକା ସଂଶୋଧନ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଲୋକେ ଭୋଟର ତାଲିକାରେ ପଞ୍ଜୀକରଣ କିମ୍ବା ସଂଶୋଧନ ପାଇଁ ଆବେଦନ କରିପାରିବେ । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ୧୮ବର୍ଷ ହୋଇଥିଲେ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ ।
ଭୋଟ୍ ପରିଚୟ ପତ୍ରରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିପରି ଏ ନେଇ ଅନଲାଇନରେ ଆବେଦନ କରିବେ, ଡେମୋ ଦେଖାଇ ବୁଝାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ନଜର ପକାନ୍ତୁ, ଭୋଟ୍ ପରିଚୟ ପତ୍ର ପାଇଁ କେମିତି କରିବେ ଆବେଦନ?
କେମିତି କରିବେ ଆବେଦନ?
ଆବେଦନ ପାଇଁ ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ବୟସ ୧୮ ବର୍ଷ ହୋଇଥିବା ଜରୁରୀ
ଉଭୟ ଅଫ୍ଲାଇନ ଏବଂ ଅନ୍ଲାଇନରେ ଆବେଦନ କରିହେବ
ଫର୍ମ-୬ରେ ନୂଆ ଆବେଦନ
ଫର୍ମ-୭ରେ ନାମ ଯୋଗ ଓ ବିଯୋଗ
ଫର୍ମ-୮ ରେ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରିହେବ
ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ବ୍ଳକ, ତହସିଲ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରୁ ଆବେଦନ ପତ୍ର ମିଳିବ
ଅନଲାଇନରେ ଆବେଦନ ପାଇଁ voters.eci.gov.in
ମୋବାଇଲ ବ୍ୟବହାରକାରୀ voter helpline ଆପ୍ ଜରିଆରେ ନୂଆ ଆବେଦନ, ତ୍ରୁଟି ସଂଶୋଧନ କରିପାରିବେ
ରାଜ୍ୟରେ ଭୋଟର ସଂଖ୍ୟା ବଢିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ୨୦୨୩ ଜାନୁଆରୀ ପହିଲା ସୁଦ୍ଧା ମୋଟ ଭୋଟର ସଂଖ୍ୟା ଥିଲା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ । ଶେଷ ସଂଶୋଧନ ସୁଦ୍ଧା ଭୋଟର ସଂଖ୍ୟା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ରେ ପହଁଚିଛି । ସେହିପରି ବୁଥ ସଂଖ୍ୟା ବଢ଼ି ୩୭ ହଜାର ୮୦୯ରେ ପହଁଚିଛି । ଆସନ୍ତା ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ସଂପୂର୍ଣ୍ଣ ଭୋଟର ତାଲିକା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2023/10/89354-dvrvgudasa-1525966017.jpg)