କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ତେବେ ଚଳିତଥର ପୌରସଂସ୍ଥାର ଅଧ୍ୟକ୍ଷ, ମହାନିଗର ନିଗମର ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଅଥାର୍ତ ଏହି ପଦ ପାଇଁ ସିଧାସଳଖ ଭୋଟ ଦେବେ ଭୋଟର । ଯେଉଁଥିପାଇଁ ପ୍ରତ୍ୟେକ ବୁଥରେ ୨ଟି ଲେଖାଏଁ ଇଭିଏମ ରହିବ । ଗୋଟିଏ ଇଭିଏମରେ କର୍ପୋରେଟର /କାଉନସିଲରଙ୍କ ପାଇଁ ଭୋଟ ପଡିବ । ଅନ୍ୟ ଇଭିଏମରେ ପୌରସଂସ୍ଥାର ଅଧ୍ୟକ୍ଷ /ମେୟର ପଦ ପାଇଁ ଭୋଟ ଦେବେ ଭୋଟର । କାଉନସିଲର/କର୍ପୋରେଟର ନିର୍ବାଚନ ପାଇଁ ବ୍ୟବହୃତ ହେଉଥିବା ଇଭିଏମରେ ଗୋଲାପୀ ରଙ୍ଗର କାଗଜ ଓ ଚେୟାରମ୍ୟାନ/ମେୟର ପଦ ନିର୍ବାଚନ ପାଇଁ ବ୍ୟବହୃତ ହେଉଥିବା ଇଭିଏମରେ ହଳଦିଆ ରଙ୍ଗର କାଗଜ ବ୍ୟବହାର କରାଯିବ ।
ପ୍ରଥମଥର ପାଇଁ ପୌର ନିର୍ବାଚନରେ ଇଭିଏମରେ ନୋଟା ବିକଳ୍ପ ରହିବ । ବାଲାଟ ୟୁନିଟର ଶେଷ ପ୍ରାର୍ଥୀଙ୍କ ନାଁ ପରେ ନୋଟା ବିକଳ୍ପ ରହିବ । ଚଳିତ ନିର୍ବାଚନରେ ପ୍ରାର୍ଥୀ ମାନେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ରହିବ । ଅନ୍ୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଜୀବିତ ଓ ଦୁଇଟି ପିଲା ଅଧିକ ନଥିବେ ସେ ବାବଦରେ ତଥ୍ୟ ଦେବେ ।
୨୮ ଫେବ୍ରୁଆରୀ : ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨
ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨
୧୪ ମାର୍ଚ୍ଚ ପର୍ଯ୍ୟନ୍ତ : ପ୍ରାର୍ଥୀପତ୍ର ପ୍ରତ୍ୟାହାର, ସରକାରୀ ଛୁଟିଦିନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବନି
ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨
ଭୋଟ ଗଣତି : ୨୬ ମାର୍ଚ୍ଚ ୨୦୨୨
ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨
ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨
ମାର୍ଚ୍ଚ ୨୪ରେ ପୌର ନିର୍ବାଚନ । ୨ଟି ଇଭିଏମରେ ଭୋଟ ଦେବେ ଭୋଟର, ଜାଣନ୍ତୁ କାହିଁକି?
/kanak/media/post_attachments/wp-content/uploads/2022/02/33-23.jpg)