ଭୋଟ୍ ପୂର୍ବରୁ ସଜାଗ ହେଲେ ଲୋକେ । ଅନ୍ଧାରୀ ବିଜେ ବେଳେ ଟଙ୍କା କାରବାର ରୋକିବାକୁ ଗାଁ ଜଗିଛନ୍ତି ଗ୍ରାମବାସୀ, ଆସନ୍ତାକାଲି କାକଟପୁରରେ ୮ ବିଧାୟକଙ୍କ ଭାଗ୍ୟ ପରୀକ୍ଷା

88

କନକ ବ୍ୟୁରୋ : ଭୋଟ୍ ପୂର୍ବରୁ ଲୋକେ ସଜାଗ । ଅନ୍ଧାରିବିଜେ ବେଳେ ଟଙ୍କା କାରବାରକୁ ରୋକିବାକୁ ଅସ୍ତରଙ୍ଗ ବ୍ଲକର ମାଣ୍ଡୁକି ଗାଁରେ ଲୋକେ ଏକାଠି ହୋଇଛନ୍ତି । ଆସନ୍ତାକାଲି କାକଟପୁରରେ ୮ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଗାଁରେ ସ୍ୱଚ୍ଛ ଏବଂ ନିରପେକ୍ଷ ମତଦାନ ପାଇଁ ଗ୍ରାମବାସୀ ନିଷ୍ପତି ନେଇଛନ୍ତି । ସେପଟେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଅସ୍ତରଙ୍ଗ ଥାନା ପକ୍ଷରୁ ଗାଁ ଗୁଡିକରେ ପାଟ୍ରୋଲିଂକୁ କଡାକଡା କରାଯାଇଛି ।