କନକ ବ୍ୟୁରୋ : ଉପନିର୍ବାଚନରେ ଲୋକଙ୍କ ମନ ଜିଣିବା ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ହେଲେ ଆଜି ବାଲେଶ୍ୱରରେ ଯେତେବେଳେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ପ୍ରଚାରରେ ବାହାରିଥିଲେ ସେତେବେଳେ ତାଙ୍କୁ ପ୍ରଶ୍ନ କରିଥିଲେ ଜନତା । ପଚାରିଥିଲେ ତାଙ୍କ ଅଞ୍ଚଳକୁ କାହିଁକି ବିଜୁଳି ସଂଯୋଗ ଦିଆଯାଇନାହିଁ । ଏହାର ଉତର ରଖିଥିଲେ ନେତା ।

Advertisment

ଭୋଟରଙ୍କ ହୃଦୟ ଜିଣିବା ପାଇଁ ଆଜି ଯେତେବେଳେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ପ୍ରଚାରରେ ବାହାରିଥିଲେ ସେତେବେଳେ ଭୋଟର ବି ଜାଣିବାକୁ ଚାହିଁଥିଲେ ପ୍ରାର୍ଥୀଙ୍କ ହୃଦୟରେ କଣ ଅଛି ।ଭୋଟର ଜାଣିବାକୁ ଚାହିଁଥିଲେ କାହିଁକି ତାଙ୍କ ଅଂଚଳରେ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ ।  ଆଉ ସ୍ୱରୂପ ଏହାର ଉତର ବି ରଖିଥିଲେ । ସ୍ୱରୂପ ବିଦ୍ୟୁତ ପହଞ୍ଚାଇବାକୁ ସବୁ ପ୍ରକ୍ରିୟା ସରିଛି । କିଛି ଘଣ୍ଟା ମଧ୍ୟରେ ହିଁ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱରୂପ ।

ବିଜେପି ମଧ୍ୟ ପ୍ରଚାରକୁ ଜୋରଦାର କରିଛି । ବିଜେପି ପ୍ରାର୍ଥୀ ମାନସ ଦତ୍ତ ଘର ଘର ବୁଲି ପ୍ରଚାର କରୁଥିବାବେଳେ ମଇଦାନକୁ ଓହ୍ଲାଇଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ବିଜେଡି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି କିଭଳି ଶାସକ ଦଳ ପୂରଣ କରି ନାହିଁ ତାକୁ ପ୍ରସଙ୍ଗ କରି ପୁଣି ଥରେ ଏହି ନିର୍ବାଚନମଣ୍ଡଳୀକୁ ନିଜ ଦଖଲକୁ ନେବାକୁ ସ୍ୱତନ୍ତ୍ର ରଣନୀତି କରିଛି ଭାରତୀୟ ଜନତା ପାର୍ଟି ।

ସେପଟେ ବାଲେଶ୍ୱରରୁ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ବିଶେଷକରି ସୋସିଆଲ ମିଡିଆରେ ପ୍ରଚାର କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଁଚିବାକୁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ଏଥିପାଇଁ କଂଗ୍ରେସ କର୍ମୀଙ୍କ ୁସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇଛନ୍ତି କଂଗ୍ରେସ ସୋସିଆଲ ମିଡିଆ ସେଲ୍ ମୁଖ୍ୟ । ସେପଟେ ତିର୍ତୋଲରେ ମଧ୍ୟ କଂଗ୍ରେସ ୱାର ରୁମ୍ କରି ସୋସିଆଲ ମିଡିଆରେ ପ୍ରଚାରକୁ ଗୁରୁତ୍ୱ ଦେଇଛି । ଏହି ଉପନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୩ ଓ ୨୪ ତାରିଖରେ ସଭା କରିବା ସହ ଶୋଭାଯାତ୍ରା କରିବେ । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ୨୧ ତାରିଖରେ ପିସିସି ପ୍ରଭାରୀ ଏ ଚେଲା କୁମାର ପ୍ରଚାର କରିବେ । ବିଜେଡି ସୁପ୍ରିମ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରନ୍ତି ।