କନକ ବ୍ୟୁରୋ: ପୁଣେ ଆର୍ଟ ଫେଷ୍ଟିଭାଲରେ ପ୍ରତିଯୋଗିତା କରୁଛନ୍ତି ଓଡିଆ ପୁଅ । ପୁଣେରେ ହେବାକୁ ଥିବା ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଛନ୍ତି ଢେଙ୍କାନାଳର ଓଡିଆ ପୁଅ ବାବୁଲି କାଣ୍ଡି । ତେବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗିଙ୍କ ମଧ୍ୟରୁ ଯାହାର ଚିତ୍ରକଳାକୁ ଅଧିକ ଭୋଟ ମିଳିଥିବ ସେହି ଚିତ୍ରକଳା ଆସନ୍ତା ୨୬ ଡିସେମ୍ବରରେ ପ୍ରଦର୍ଶିତ ହେବ । ତେଣୁ ଓଡିଆ ପୁଅ ବାବୁଲିଙ୍କୁ ଏହି ଲିଙ୍କରେ ଭୋଟ ଦିଅନ୍ତୁ ଆଉ ତାଙ୍କୁ ସଫଳ କରାନ୍ତୁ ।
https://www.puneartfestival.org/artecon-entry/OTE=
ତେବେ ଢେଙ୍କାନାଳ ଭୁବନ ବ୍ଲକ ଅରଖପାଳ ଗାଁର ବାବୁଲି କାଣ୍ଡି ଭୁବନେଶ୍ୱର ବି.କେ ଆର୍ଟ କଲେଜରେ ପଢୁଛନ୍ତି । ପୁଣେ ଫେଷ୍ଟିଭାଲ ପାଇଁ ପ୍ରତିଯୋଗୀଙ୍କ ପାଖରୁ ଏକ ଫଟୋ ମଗାଯାଇଥିଲା ଆଉ ବାବୁଲି ନିଜେ ତିଆରି କରିଥିବା ଏକ ସୁନ୍ଦର ଆକ୍ରିଲିକ ପେଣ୍ଟିଂକୁ ପଠାଇ ଦେଇଥିଲେ । ଆଉ ତା ପରେ ପ୍ରତିଯୋଗିତାରେ ସେ ଭାଗ ନେଉଥିବାର ଏକ ମେସେଜ ପୁଣେ ଫେଷ୍ଟିଭାଲରୁ ଆସିଥିଲା ବୋଲି ବାବୁଲି କହିଛନ୍ତି ।
ତେବେ ଦହିବରା ବିକୁଥିବା ଜଣେ ବ୍ୟବସାୟୀଙ୍କ ସୁନ୍ଦର ଫଟୋଟି ବାବୁଲି ପ୍ରତିଯୋଗିତାକୁ ପଠାଇଛନ୍ତି । ଆଉ ପ୍ରତିଯୋଗିତାରେ ସଫଳ ହେବାକୁ ସେ ଓଡିଶାବାସୀଙ୍କୁ ଉପରୋକ୍ତ ଲିଙ୍କରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/PHOTO-2-1.jpg)
/kanak/media/post_attachments/wp-content/uploads/2019/09/kandi-300x152.png)
/kanak/media/post_attachments/wp-content/uploads/2019/09/20190926_163002-168x300.jpg)