ଅପେକ୍ଷା କର, ଶେଷ ପର୍ଯ୍ୟନ୍ତ ଜଗିକି ରୁହ । ୧୦୦ ଆସନରେ ଏବେ ବି ଭୋଟ ବ୍ୟବଧାନ ୫୦୦ ପାଖାପାଖି ରହିଛି । ସମାଜବାଦୀ ପାର୍ଟିର ଟ୍ୱିଟ ପୁଣି ଉତ୍ତରପ୍ରଦେଶ ରାଜନୀତିକୁ କଲା ରୋଚକ ।

Advertisment
ଅପେକ୍ଷା କର, ଶେଷ ପର୍ଯ୍ୟନ୍ତ ଜଗିକି ରୁହ । ୧୦୦ ଆସନରେ ଏବେ ବି ଭୋଟ ବ୍ୟବଧାନ ୫୦୦ ପାଖାପାଖି ରହିଛି । ସମାଜବାଦୀ ପାର୍ଟିର ଟ୍ୱିଟ ପୁଣି ଉତ୍ତରପ୍ରଦେଶ ରାଜନୀତିକୁ କଲା ରୋଚକ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଫଳାଫଳ ଏବେ ସାମ୍ନାକୁ ଆସୁଥିବା ବେଳେ ବିଜେପି ଶିବିର ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । କାରଣ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ମ୍ୟାଜିକ ନମ୍ବର ଠାରୁ ଯଥେଷ୍ଟ ଆଗରେ ରହିଛି । ଆଉ ଏହି ଟ୍ରେଣ୍ଡ ଯଦି ଶେଷ ପର୍ଯ୍ୟନ୍ତ ଜାରି ରୁହେ ତେବେ ପୁଣିଥରେ ଉତ୍ତରପ୍ରଦେଶରେ ସରକାର ଗଢିବ ବିଜେପି । ତେବେ ଉତ୍ତରପ୍ରଦେଶରେ ଏବେ ବି ବିଜେପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି । ଟ୍ରେଣ୍ଡର ଫଳାଫଳ ଭିତରେ ଦଳ ଏଯାବତ ଆଶା ଛାଡିନାହିଁ । ପୁଣିଥରେ ସରକାରକୁ ଫେରିବ ବୋଲି  ଆଶା ବାନ୍ଧି ବସିଛନ୍ତି ଅଖିଳେଶ ଓ ତାଙ୍କ ଟିମ୍ । ଯାହାର ପ୍ରମାଣ ହେଲା ସମାଜବାଦୀ ପାର୍ଟି ପକ୍ଷରୁ କରାଯାଇଥିବା ଟ୍ୱିଟ୍ ।

ଭୋଟ ଗଣତି ଭିତରେ ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ବିଜେପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି । ୧୦୦ରୁ ଅଧିକ ସିଟରେ ଏବେ ବି ଭୋଟର ବ୍ୟବଧାନ ୫୦୦ରୁ କମ ରହିଛି । ତେଣୁ କେଉଁ ମୁହୂର୍ତ୍ତରେ ବି ଫଳାଫଳ ବଦଳିପାରେ । ଯେଉଁଥିପାଇଁ ସମାଜବାଦୀ ପାର୍ଟି ଓ ସହଯୋଗୀ ଦଳର କାର୍ଯ୍ୟକର୍ତ୍ତା, ଅଧିକାରୀ ଓ ନେତା ମାନେ ସତର୍କତାର ସହ ଭୋଟ ଗଣତି କେନ୍ଦ୍ରରେ ନଜର ରଖନ୍ତୁ ।

ଏବେ ଟ୍ରେଣ୍ଡରେ ବିଜେପି ୨୭୦ ଆସନରେ ଆଗରେ ଥିବା ବେଳେ ସମାଜବାଦୀ ପାର୍ଟି ୧୨୪ ଆସନରେ ଆଗୁଆ ରହିଛି । ଯେହେତୁ ଉତ୍ତରପ୍ରଦେଶରେ ସରକାର ଗଢିବାକୁ ମ୍ୟାଜିକ ନମ୍ବର ୨୦୨ ଆବଶ୍ୟକ । ତେଣୁ ଯଦି ୧୦୦ ଆସନରେ ଭୋଟ ବ୍ୟବଧାନ ୫୦୦ରୁ କମ ରହିଥାଏ ତେବେ କେଉଁ ମୁହୂର୍ତ୍ତରେ ବି ଫଳାଫଳ ବଦଳିପାରେ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe