କନକ ବ୍ୟୁରୋ : ଆଜି ଆନୁଷ୍ଠାନିକ ଭାବେ ଘୋଷଣା ହେବ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ । ଏଥିପାଇଁ ସମସ୍ତ ବ୍ଲକ୍ କାର୍ଯ୍ୟାଳୟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଡିଓଙ୍କ ଉପସ୍ଥିତିରେ ବିଭିନ୍ନ ବୁଥରୁ ବିଭିନ୍ନ ଦଳକୁ ମିଳିଥିବା ଭୋଟକୁ ମିଶାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।
ତେବେ ଯଦି କୈାଣସି ପ୍ରାର୍ଥୀ ଫଳାଫଳ ଉପରେ ସନ୍ଦେହ ପ୍ରକଟ କରନ୍ତି ସେମାନେ ତତକ୍ଷଣାତ୍ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିପାରିବେ । ଯଦି ବ୍ଲକ୍ ଅଧିକାରୀଙ୍କର ହୃଦବୋଧ ହୁଏ ଯେ ପ୍ରାର୍ଥୀଙ୍କ ଅଭିଯୋଗରେ ସତ୍ୟତା ଅଛି ତେବେ ବିଡିଓ ପୁନଃଗଣତି ପାଇଁ ନିର୍ଦ୍ଦେଶ ଦେଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/SEC-State-Election-Commission.jpg)