କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶରେ ମୋଟ ୬୦ଟି ବିଧାନ ସଭା ଆସନରୁ ପୂର୍ବରୁ ହିଁ ୧୦ଟି ଆସନରେ ବିଜେପି ନିର୍ଦ୍ଦଳୀୟ ଜିତିଯାଇଛି । ଏବେ ୫୦ ବିଧାନସଭା ଆସନ ପାଇଁ ଏପ୍ରିଲ ୧୯ ରେ ହୋଇଥିବା ମତଦାନର ଆଜି ଗଣନା ହେଉଛି । ସକାଳ ୬ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହା ଦ୍ୱିପହର ସୁଦ୍ଧା ଶେଷ ହୋଇ ଫଳାଫଳ ଘୋଷଣା ହୋଇଯିବାର ସମ୍ଭାବନା ରହିଛି । ଏଠାରେ ୧୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ ହେବ । ଏବେ ଯାଏଁ ଭୋଟ ଗଣତି ଅନୁସାରେ ବିଜେପି ଭଲ ମାର୍ଜିନରେ ଆଗକୁ ବଢୁଥିବା ଜଣାପଡିଛି । ଏଯାଏଁ ହୋଇଥିବା ଗଣତି ଅନୁସାରେ ମୋଟ ୬୦ ଆସନରୁ ବିଜେପି ୨୬ ଆସନରେ ଜିତିଥିବାବେଳେ ଅନ୍ୟ ୧୦ ଆସନରେ ଏନସିପି ଓ ଅନ୍ୟଦଳ ବିଜୟ ପାଇଛନ୍ତି ।

Advertisment

ସେହିପରି ସିକ୍କିମରେ ମଧ୍ୟ ମୋଟ ୩୨୩ଟି ବିଧାନସଭା ଆସନ ପାଇଁ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି ଚାଲିଛି । ଏଠାରେ ୩୨ ଆସନରୁ ଏବେଯାଏଁ ହୋଇଥିବା ଗଣତିରେ ୨୭ଟି ସିଟର ଭୋଟ ଗଣତି ଶେଷ ହୋଇଛି । ଏହି ଗଣତି ଅନୁସାରେ । ଏସକେଏମ୍ (ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା) ଏକତରଫା ବିଜୟ ଆଡକୁ ବଢୁଥିବା ସୂଚନା ରହିଛି । ଗଣତି ସରିଥିବା ୨୭ଟି ଅସନରେ ଏସକେଏମ୍ ବିଜୟ ପାଇଥିବାବେଳେ ଗୋଟିଏ ଆସନରେ ଏଡିଏଫ୍ ରହିଛି । ବହୁମତ ପାଇଁ ୧୭ ସିଟ୍ ଆବଶ୍ୟକ ।